କଥାରେ ଅଛି “ରକ୍ତଦାନ ମହାପୁଣ୍ୟ”। ରକ୍ତଦାନ ମାଧ୍ୟମରେ ଆମେ କେବଳ ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚାଇ ନଥାଉ, ବରଂ ନିଜ ଶରୀରକୁ ମଧ୍ୟ ଅନେକ ଲାଭ ଦେଇଥାଉ। ତଥାପି ଆଜିଯାଏ କେତେକ ଲୋକଙ୍କ ମନରେ ଭୟ ରହିଛି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ। କିନ୍ତୁ ବିଜ୍ଞାନ କୁହେ, ରକ୍ତଦାନ ପରେ କିଛି ସମୟ ମଧ୍ୟରେ ଶରୀର ପୁଣି ନୂଆ ରକ୍ତ କଣିକା ସୃଷ୍ଟି କରିଦିଏ।କିନ୍ତୁ ରକ୍ତଦାନ କରିବା ପୂର୍ବରୁ ଓ ପରେ ଧ୍ୟାନ ଦେବାକୁ ପଡିଥାଏ କିଛି ଜରୁରୀ ଟିପ୍ସ।ଜାଣନ୍ତୁ ସେସବୁ କଣ ?
ରକ୍ତଦାନ ପାଇଁ କେଉଁମାନେ ଯୋଗ୍ୟ?
ବୟସ: ୧୮ ରୁ ୬୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ଓଜନ: କମ୍ ସେ କମ୍ ୪୫ କିଲୋଗ୍ରାମ୍।
ହିମୋଗ୍ଲୋବିନ୍: ୧୨ ଗ୍ରାମ୍/ଡେସିଲିଟର୍ କିମ୍ବା ତାଠାରୁ ଅଧିକ।
ସ୍ୱାସ୍ଥ୍ୟ: ଯଦି ଗୁରୁତର ରୋଗ (ଯେପରିକି ଅନିୟନ୍ତ୍ରିତ ମଧୁମେହ, ହୃଦରୋଗ, ସଂକ୍ରାମକ ରୋଗ) ଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ବିନା ରକ୍ତଦାନ କରିବେ ନାହିଁ।
ରକ୍ତଦାନ କେତେ ଦିନ ଗ୍ୟାପ୍ ରେ କରିବା ଆବଶ୍ୟକ
ପୁରୁଷମାନେ: ପ୍ରତି ୩ ମାସରେ ଥରେ
ମହିଳାମାନେ: ପ୍ରତି ୬ ମାସରେ ଥରେ
ରକ୍ତଦାନର ଲାଭ
() ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବା ସହ ନୂଆ ରକ୍ତକଣିକା ସୃଷ୍ଟିରେ ସାହାଯ୍ୟ କରିଥାଏ ।ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦ୍ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରକ୍ତାଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦିଶି ନ ଥାଏ ।ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ ହୋଇ ଯାଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
ରକ୍ତଦାନ ପରେ କଣ କରିବେ ନାହିଁ?
()ତୁରନ୍ତ ଖରାରେ ବାହାରିବେ ନାହିଁ
()୨–୩ ଘଣ୍ଟା ପର୍ଯ୍ୟନ୍ତ ଡ୍ରାଇଭିଂ କରିବେ ନାହିଁ
()ଅଧିକ ସମୟ ଧରି ଠିଆ ହୋଇ ରହିବେ ନାହିଁ
()କମ୍ ସେ କମ୍ ୩୦ ମିନିଟ୍ ଆରାମ କରନ୍ତୁ
()ଧୂମପାନ, ତମ୍ବାଖୁ ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିବେ ନାହିଁ
ରକ୍ତଦାନ ପୂର୍ବରୁ କ’ଣ ଖାଇବେ ଓ କଣ ଖାଇବେ ନାହିଁ ?
ରକ୍ତଦାନ କରିବା ପୂର୍ବରୁ ହାଲୁକା ଖାଦ୍ୟ ଖାନ୍ତୁ,ପ୍ରଚୁର ପାଣି ପିଇବା ସହ ଖାଲି ପେଟରେ ରକ୍ତଦାନ କରିବେ ନାହିଁ ରକ୍ତଦାନ ପରେ ଫଳରସ, ପାଣି, ଗ୍ଲୁକୋଜ୍ ଇତ୍ୟାଦି ସହ ଆୟରନ୍ ଥିବା ଖାଦ୍ୟ ଖାଇବା ଆବଶ୍ୟକ।
ଭୟ ନୁହେଁ, ସଚେତନତା ଦରକାର
ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ ବୋଲି ଯେ ଧାରଣା ରହିଛି, ସେଥି ଭୁଲ। ସଠିକ୍ ନିୟମ ମାନି ରକ୍ତଦାନ କଲେ କୌଣସି କ୍ଷତି ହୁଏ ନାହିଁ। ବରଂ ଏହା ଏକ ମହାନ ସେବା କାର୍ଯ୍ୟ।