ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆଜିଠାରୁ ଆମରଣ ଅନଶନ

0

ଭୁବନେଶ୍ଵର,୨୭/୦୨: ଫେବୃଆରୀ 20 ରୁ ରାଜଧାନୀର ଲୋୟର୍ ପିଏମଜି ରେ ଗଣ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟବ୍ୟାପୀ ସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହେବ ବୋଲି ଚେତାବନୀ I ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ ସହ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ, ୭୦ ହଜାର ଠିକାଦାର ଓ ତାଙ୍କ ସହ ଜଡ଼ିତ ୫୦ ଲକ୍ଷ ପରିବାର। ମିଳିତ ମଞ୍ଚ ର ଆବାହକ ଅନିଲ କୁମାର ମହାଲିକ ଙ୍କ ସଂଯୋଜନା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୮ଦଫା ଦାବି ପ୍ରଦାନ କରାଯାଇଛି I

୧୮ ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ୨୦ତାରିଖ ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତା ରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଥିଲା ମହାସଂଘ I ପୂର୍ତ୍ତ ବିଭାଗ ସରକୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ 0.00% ପ୍ରତିଶତ ରୁ କମ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ I ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ।

Leave A Reply

Your email address will not be published.