ଟି-୨୦ ବିଶ୍ୱକପରେ ଆଜି ବଡ଼ ମୁକାବିଲା, ବିଜେତା ଦଳ କାଟିବେ ସେମିଫାଇନାଲ୍ ଟିକେଟ୍

0

ଇଡେନ୍ ଗାର୍ଡେନରେ ଆଜି ବଡ଼ ମୁକାବିଲା। ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ମୁହାଁମୁହିଁ ହେଲେ ଦୁଇଦୁଇଥରର ବିଜେତା ଭାରତ ଓ ୱେଷ୍ଟଇଣ୍ଡିଜ। ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ୭ଟା ବେଳେ ଖେଳାଯିବା ମ୍ୟାଚ୍ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’। କାରଣ ଯେଉଁ ଦଳ ମ୍ୟାଚ ଜିତିବ, ସେମିଫାଇନାଲ୍ ଯିବା ଥୟ । ତେବେ ବର୍ଷା ଯୋଗୁଁ ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ଧୋଇଗଲେ, ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ ଟିକେଟ୍ କାଟିବ ।

ଅର୍ଥାତ୍ ଭାରତର ଅଭିଯାନ ସୁପର-୮ରୁ ଶେଷ ହୋଇଯିବ। ୧୦ ବର୍ଷ ତଳେ ଠିକ୍ ଏହି ମଇଦାନରେ ଖେଳାଯାଇଥିବା ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍ ନିକଟରୁ ହାରିଥିଲା ଭାରତ । ହେଲେ ଏବେ ସ୍ଥିତି ସାମାନ୍ୟ ଅଲଗା। ଭାରତୀୟ ଦଳ ସବୁ ବିଭାଗରେ ମଜଭୁତ ରହିଛି । କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଭାରତର ବୋଲିଂ ଆଟାକ୍ ସେତେଟା ପ୍ରଭାବୀ ରହିନାହିଁ। ତେଣୁ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଲାଇନକୁ ରୋକିବାକୁ ହେଲେ, ସ୍ପିନ୍ ବିଭାଗକୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

Leave A Reply

Your email address will not be published.