ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

0

ନାଗୋୟା: ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମ୍‌ରେ ଆଜି ୨୦୨୬ ଏସିଆନ୍ ଗେମ୍ସର ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଦୁଇଥରର ଅଲିମ୍ପିକ୍ ବ୍ରୋଞ୍ଜ୍ ବିଜେତା ଶୁଟର୍ ମନୁ ଭାକର ଏବଂ ଦୁଇଥରର ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଶଟ୍‌ପୁଟର୍ ତଜିନ୍ଦରପାଲ୍ ସିଂହ ତୁର୍ ଭାରତୀୟ ଦଳର ଧ୍ୱଜାବାହକ ଭାବେ ଟିମ୍‌ର ନେତୃତ୍ୱ ନେବେ।

ଚଳିତ ଏସିଆନ୍ ଗେମ୍ସ ପାଇଁ ଭାରତ ୫୦୩ ଜଣିଆ ଖେଳାଳି ଦଳ ପଠାଇଛି। ଏଥିରେ ୨୬୯ ଜଣ ପୁରୁଷ ଏବଂ ୨୩୪ ଜଣ ମହିଳା ଆଥଲେଟ୍ ସାମିଲ ଅଛନ୍ତି। ପ୍ରଥମେ ଭାରତୀୟ ଦଳରେ ୪୯୨ ଜଣ ଖେଳାଳି ସାମିଲ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ୪ ଜଣ ସର୍ଫର୍, ୬ ଜଣ ଆଥ୍‌ଲେଟ୍ ଏବଂ ଜଣେ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ (ଏମଏମଏ) ଫାଇଟର୍‌ଙ୍କୁ ଯୋଡ଼ାଯାଇ ଏହି ସଂଖ୍ୟା ୫୦୩ରେ ପହଞ୍ଚିଛି। ଖେଳାଳିଙ୍କ ସହ ୨୬୫ ଜଣିଆ ସପୋର୍ଟ ଗ୍ରୁପ୍ ଯାଇଛନ୍ତି, ଯେଉଁଥିରେ ୨୪୬ ଜଣ କୋଚ୍ ଓ ସପୋର୍ଟ ଷ୍ଟାଫ୍ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ୧୯ ଜଣ ଅଧିକାରୀ ସାମିଲ ଅଛନ୍ତି।

Leave A Reply

Your email address will not be published.