ହୋର୍ମୁଜଷ୍ଟ୍ରେଟ୍ ରେ ସୁରକ୍ଷିତ ରାସ୍ତା ପାଇଁ ଭାରତ ଦ୍ୱାର ଜବତ ୩ ଟ୍ୟାଙ୍କର ଜାହାଜ ଛାଡିବାକୁ କହିଲା ଇରାନ

0

ସୂତ୍ର ଅନୁସାରେ ତେହେରାନ ୩ ଜବତ ଟ୍ୟାଙ୍କର ମୁକ୍ତ କରିବା ଲାଗି ନୂଆଦିଲ୍ଲୀ ନିକଟରେ ଦାବି କରିଛି। ଏହା ବଦଳେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଜାରି ଆକ୍ରମଣ ଯୋଗୁ ଉପୁଜିଥିବା ଉପସାଗରୀୟ ସଂକଟରେ ଭାରତୀୟ ଜାହାଜଙ୍କୁ ହୋର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଯାତ୍ରା ନିମନ୍ତେ ଅନୁମତି ଦିଆଯିବ। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଇରାନ ରାଜଦୂତ ସୋମବାର ବୈଦେଶିକ ମନ୍ତ୍ରାଳୟ ଅଧିକାରୀଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ଭାରତ ଅଥବା ଇରାନ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ଅଧିକାରୀକ ପ୍ରତିକ୍ରିୟା ଦେଇ ନାହାନ୍ତି।

ଗତ ଫେବୃଆରୀରେ ଭାରତୀୟ କୋଷ୍ଟଗାର୍ଡ ଅଧିକାରୀ ଆମେରିକା ଦ୍ୱାରା ନିଷିଦ୍ଧ ଓ ଇରାନ ସମ୍ପର୍କିତ ୩ ତୈଳ ଟ୍ୟାଙ୍କରଙ୍କୁ ଜବତ କରିଥିଲେ। ଏହି ଜାହାଜ ଗୁଡିକୁ ମୁମ୍ବାଇ ଉପକୂଳରେ ରୋକା ଯାଇଥିଲା ଓ ଅବୈଧ ତୈଳ କାରବାର ଗତିବିଦ୍ଧିରେ ଲିପ୍ତଥିବା ସନ୍ଦେହରେ ତଦନ୍ତ ଲାଗି ଜବତ କରାଯାଇଥିଲା। ନିଷିଦ୍ଧ ଇରାନୀ ତୈଳ ନେଇ ଯାଉଥିବା ‘ସ୍ୟାଡୋ ଫ୍ଲିଟ’ ଜାହାଜ ଷ୍ଟେଲର ରୁବି, ଆସଫାଲ୍ଟ ଷ୍ଟାର ଓ ଅଲ ଜାଫଜିଆକୁ ଫେବୃଆରୀ ୬ ତାରିଖ ଦିନ ଜବତ କରାଯାଇଥିଲା। ଏଥିରେ ଏବେ ଇରାନ ଏହା ସ୍ପଷ୍ଟ କରିଦେଇଛି ଯେ ହୋର୍ମୁଜ ପ୍ରଣାଳୀର ଉପଯୋଗ ତେହେରାନ ଉପରେ ଆକ୍ରମଣ ପାଇଁ କରାଯାଇ ପାରିବନି ଓ ଇରାନ ଏହି ପ୍ରଣାଳୀ ଦେଇ ଯାଉଥିବା ଜାହାଜଙ୍କ ନିମନ୍ତେ ସର୍ତ୍ତ ନିର୍ଦ୍ଧାରଣ କରିଛି।

ଫେବୃଆରୀ ଶେଷ ସପ୍ତାହରେ ଇରାନ ଉପରେ ହୋଇଥିବା ଇସ୍ରାଏଲ ଓ ଆମେରିକା ଆକ୍ରମଣ ପରେ ତେହେରାନ ପୁରା କ୍ଷେତ୍ରରେ ଜବାବି କାର୍ଯ୍ୟାନୁଷ୍ଠାନ କରୁଛି। ଏଥିରେ ହୋର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଉଦ୍ୟମ କରୁଥିବା ଜାହାଜଙ୍କୁ ଟାର୍ଗେଟ କରିବା ମଧ୍ୟ ସାମିଲ।

Leave A Reply

Your email address will not be published.