ଅକ୍ଟୋବର ୩୧ରେ ଓଡ଼ିଶା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

0

ଭୁବନେଶ୍ୱର (ଆମ ଟିଭି): ସାରା ଦେଶରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ଏହା କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଆଉ ଏପେଟ ରାଜ୍ୟ କଂଗ୍ରେସ କରିବ ଭାରତ ଯୋଡ ଯାତ୍ରା । ଆସନ୍ତା ଅକ୍ଟୋବର ମାସ ୩୧ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ । ଭୁବନେଶ୍ୱର ଇନ୍ଦିରା ପାର୍କରୁ ରାଜ୍ୟ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହେବ । ଯାହାକି ଶହେ ଦିନ ଯାଏଁ ଚାଲିବ । ତେବେ ଏହି ସମୟ ଭିତରେ ୨୨୫୦ କିଲୋମିଟର ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ୨୦ ସଂସଦୀୟ କ୍ଷେତ୍ର ବୁଲିବେ ରାଜ୍ୟର ନେତା । ଏହି ପଦଯାତ୍ରାରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ । ଓଡ଼ିଶାରେ ଭାରତ ଯୋଡ ଯାତ୍ରାରେ ଜୟରାମ ରମେଶ ଓ ଦିଗବିଜୟ ସିଂ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ଓଡ଼ିଶାରେ ଭାରତ ଯୋଡ ଯାତ୍ରା ପାଇଁ ରାଜ୍ୟ କଂଗ୍ରେସର ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ସାମିଲ ହେଇଥିଲେ । ପିସିସି ସଭାପତିଙ୍କ ସମେତ ଅନେକ ଛାମୁଆ ନେତାଙ୍କ ଉପସ୍ଥିତ ଏହି ବୈଠକ ବସିଥିଲା । ଭାରତ ଯୋଡ଼ର ରୂପରେଖ କେମିତି ହେବ , ସେ ନେଇ ବୈଠକରେ ପ୍ରସ୍ତୁତ ହେଇଛି ରଣନୀତି । ବୈଠକରେ କଂଗ୍ରେସର ଏହି ବରିଷ୍ଠ ନେତାମାନେ ଭାରତ ଯୋଡ଼ୋ ସମ୍ପର୍କରେ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.