ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତା ରବିବାର ଦେଖନ୍ତୁ ୱାର୍ଲଡ ଟେଲିଭିଜନ ପ୍ରିମିୟରରେ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

0

ଓଡ଼ିଶାର ଘରେ ଘରେ ପରିଚିତ ତଥା ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ-ସାର୍ଥକ’ ପକ୍ଷରୁ ଦର୍ଶକଙ୍କ ପାଇଁ ଏକ ଚମତ୍କାର ଭେଟି। ନିଜର ଉନ୍ନତ ବିଷୟବସ୍ତୁ ଓ ନିଛକ କାହାଣୀ ପାଇଁ ହୃଦୟ ଜିତିଥିବା ଏହି ଚ୍ୟାନେଲରେ ଆସନ୍ତା ମାର୍ଚ୍ଚ ୨୨ ତାରିଖ (ରବିବାର) ଦିନ ବଳିଷ୍ଠ ସାମାଜିକ ତଥା କୋର୍ଟରୁମ୍ ଡ୍ରାମା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦୁର୍ଗା’ର ମହା ଡବଲ୍ ପ୍ରିମିୟର୍ ହେବାକୁ ଯାଉଛି। ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ରଟି ଗୋଟିଏ ଦିନରେ ଡବଲ୍ ପ୍ରିମିୟର୍ ଅର୍ଥାତ, ଦିନ ୨ଟାରେ ଏବଂ ପୁଣିଥରେ ସନ୍ଧ୍ୟା ୬:୩୦ରେ ପ୍ରସାରିତ ହେବ।

‘ଦୁର୍ଗା’ ହେଉଛି ଏକ ଗାଉଁଲି ଝିଅର ସଂଘର୍ଷମୟ ଜୀବନ କାହାଣୀ, ଯିଏ ପରସ୍ଥିତିରେ ପଡି ସହରର ଏକ ପ୍ରଭାବଶାଳୀ ବ୍ୟକ୍ତି ସହ ବିବାହ କରିଛି । ହେଲେ ବିବାହ ପରେ ତ ଜୀବନରେ ଘୋଟି ଆସେ ଏକ କଳା ବାଦଲ, ନିଜ ସନ୍ତାନକୁ ହତ୍ୟା କରିବାର ମିଥ୍ୟା ଆରୋପରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ନ୍ୟାୟ ପାଇଁ ଆରମ୍ଭ ହୁଏ ଏକ ଅଦ୍ଭୁତ ଲଢ଼େଇ। ଏଥିରେ ନେଗେଟିଭ୍ ଚରିତ୍ର ‘ରାଣା’ ଭୂମିକାରେ ରାଜ୍ ରାଜେଶ, ସଙ୍ଗୀତଜ୍ଞ ‘ଶଙ୍କର’ ଭୂମିକାରେ ଅଭିଷେକ ଗିରି ଏବଂ ଦୁର୍ଗାକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଥିବା ସାହସୀ ଓକିଲ ‘ଅର୍ଚ୍ଚନା’ ଭୂମିକାରେ ପ୍ରସିଦ୍ଧ ଅଭିନେତ୍ରୀ ଇଶା ତଲୱାର ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.