ବଢ଼ୁଛି ଗରମ – ଡିହାଇଡ୍ରେସନ ଓ ଡାଇରିଆ ଆଶଙ୍କା! କିପରି ରହିବେ ସତର୍କ?

0

ରାଜ୍ୟରେ ଉପରମୁହାଁ ପାରଦ। ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଅତ୍ୟଧିକ ଗରମ ହେବା ଫଳରେ ଲୋକମାନଙ୍କ ମଧ୍ୟରେ ଡିହାଇଡ୍ରେସନ (ଶରୀରରେ ଜଳ ଅଭାବ) ଓ ଡାଇରିଆ ଭଳି ସମସ୍ୟା ବଢ଼ିବାର ଆଶଙ୍କା ରହିଛି।ଡାକ୍ତରମାନଙ୍କ ମତାନୁସାରେ, ଗରମ ଦିନରେ ଅସାବଧାନତା କେବେ କେବେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।ଆଜି ଆସନ୍ତୁ ଜାଣିବା ଡିହାଇଡ୍ରେସନ କାହିଁକି ହୁଏ କେମିତି ଖରା ଦିନେ ଡିହାଇଡ୍ରେସନରୁ ବର୍ତ୍ତିବେ…

ଡିହାଇଡ୍ରେସନ କାହିଁକି ହୁଏ?
ଗରମ ଦିନରେ ଅଧିକ ଝାଳ ବାହାରିବା ଦ୍ୱାରା ଶରୀରରୁ ଜଳ ଏବଂ ଇଲେକ୍ଟ୍ରୋଲାଇଟ୍ ହ୍ରାସ ପାଏ। ଆମ ଶରୀରର ପ୍ରାୟ ୭୦% ଅଂଶ ଜଳ ଥାଏ।ଏହା ଅଧିକ କମିଗଲେ ହୃଦୟ, ମସ୍ତିଷ୍କ, କିଡନି ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗର କାର୍ଯ୍ୟକ୍ଷମତା ପ୍ରଭାବିତ ହୁଏ

ଡିହାଇଡ୍ରେସନର ପ୍ରାଥମିକ ଲକ୍ଷଣ
ଅଚାନକ ଦୁର୍ବଳତା,ମୁଣ୍ଡ ବୁଲାଇବା,ବାରମ୍ବାର ବାନ୍ତି ଲାଗିବା,ଅଧିକ ଶୋଷ ଲାଗିବା ଲକ୍ଷଣ ଦେଖା ଯାଇଥାଏ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଡିହାଇଡ୍ରେସନରୁ ବର୍ତ୍ତିବା ପାଇଁ କରନ୍ତୁ ଏହି କାମ
ଶୋଷ ନ ଲାଗିଲେ ମଧ୍ୟ ସମୟ ସମୟରେ ପାଣି ପିଅନ୍ତୁ, ORS, ଲେମ୍ବୁପାଣି, ଲସି, ନଡିଆ ପାଣି ପିଇବା ଅଭ୍ୟାସ କରନ୍ତୁ,ଅଧିକ ତେଲ-ମସଲା ଓ ଭଜା ଖାଦ୍ୟ ଦୂରେଇ ରୁହନ୍ତୁ,ଖରାରେ ବାହାରୁଥିଲେ ସୂତା (Cotton) ପୋଷାକ ପିନ୍ଧନ୍ତୁ,ମୁଣ୍ଡକୁ ଗାମୁଛା, ଟୋପି କିମ୍ବା ତଉଲିଆରେ ଢାକନ୍ତୁ,ଖାଲି ପେଟରେ ଦୀର୍ଘ ସମୟ ଖରାରେ ରୁହନ୍ତୁ ନାହିଁ। ଛୋଟ ପିଲାମାନେ ଶୋଷ ଲାଗୁଛି ବୋଲି କହି ପାରନ୍ତି ନାହିଁ।ବୃଦ୍ଧ ଲୋକଙ୍କରେ ଡିହାଇଡ୍ରେସନ ଶୀଘ୍ର ଗମ୍ଭୀର ରୂପ ନେଇପାରେ।ତେଣୁ କିଛି ସମୟ ଅନ୍ତରରେ ସେମାନଙ୍କୁ ପାଣି ଓ ପାନୀୟ ଦେବା ଆବଶ୍ୟକ।

Leave A Reply

Your email address will not be published.