ବିଜେଡିରୁ ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌

0

କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା । ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି କାଉନ୍‌ସିଲର୍‌ମାନେ । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ ଇସ୍ତଫା ଦେଇଥିବା ଜଣାପଡ଼ିଛି । ୩ ସାଧାରଣ ସମ୍ପାଦକ ମଧ୍ୟ ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ସାମୂହିକ ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହି ସମୂହ ଇସ୍ତଫା ଫଳରେ ସ୍ଥାନୀୟ ଅଞ୍ଚଳରେ ଦଳୀୟ ସଙ୍ଗଠନ ଦୁର୍ବଳ ହେବାର ଆଶଙ୍କା ରହିଛି

କାଉନ୍‌ସିଲର୍‌ମାନେ ହେଲେ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, ୧ ନଂ ୱାର୍ଡ କାଉନସିଲର ସନତ କୁମାର ସାହୁ, ୭ ନଂ ୱାର୍ଡ କାଉନସିଲର ଅବିନାଶ ମିଶ୍ର, ୮ ନଂ ୱାର୍ଡ କାଉନସିଲର ଦୟାନିଧି ପାତ୍ର, ୧୦ ନଂ ୱାର୍ଡ କାଉନସିଲର ପଦ୍ମିନୀ ପାତ୍ର, ୧୨ ନଂ ୱାର୍ଡ କାଉନସିଲର କରୁଣାକର, ୧୫ ନଂ ୱାର୍ଡ କାଉନସିଲର ଭଗବାନ ନାଏକ, ୧୬ ନଂ ୱାର୍ଡ କାଉନସିଲର ସବିତା ପଟ୍ଟନାୟକ ଏବଂ ୨୧ ନଂ ୱାର୍ଡ କାଉନସିଲର ହେମନ୍ତ କୁମାର ପତି । ଏହା ସହ ତିନି ସାଧାରଣ ସମ୍ପାଦକ ହେଲେ ସୁଭେନ୍ଦୁ ପଟ୍ଟନାୟକ, ଶରତ କୁମାର ସାହୁ, ବରଦା ପ୍ରସନ୍ନ ଦାସ ।

Leave A Reply

Your email address will not be published.