ଇମ୍ୟୁନିଟି ବଢାଇବା ପାଇଁ ଖରାଦିନରେ ଡାଏଟ୍‌ରେ ରଖନ୍ତୁ ଏହି ଫଳ*

0

ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଂଗର ଫଳ ଯେମିତି ଆମ୍ବ ,ଅମୃତଭଣ୍ଡା ,ସନ୍ତରା ,ତରଭୁଜ ଏବଂ କଦଳୀ ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ ।

ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କୁ ଏହି ରଙ୍ଗର ପରିବା ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରିବା ଉଚିତ।ହଳଦିଆ ରଙ୍ଗର ଫଳରେ ଭିଟାମିନ ସି ଭରପୁର ମିଳିଥାଏ ।ଆସନ୍ତୁ ଜାଣିବା ଗରମ ଦିନରେ କେଉଁ କେଉଁ ହଳଦିଆ ରଙ୍ଗର ଫଳର ଫାଇଦା କଣ ?

1- ଆମ୍ବ : ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବର ଅପେକ୍ଷା କରିଥାନ୍ତି । ଫଳର ରାଜା ଆମ୍ବ ଖାଇବାକୁ ଯେତିକି ରସୁଆଳିଆ ଏବଂ ମିଠା ହୋଇଥାଏ । ସେମିତି ଆମ୍ବରେ ଭିଟାମିନ ସି ମିଳିଥାଏ ଯଦ୍ୱାରା ଆଖି, ଚର୍ମ ,କୋଲେଷ୍ଟ୍ରଲ, ହଜମ ଶକ୍ତି ବଢାଇବା ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା ମିଳିପାରେ ।

2- କଦଳୀ : କଦଳୀ ସବୁ ଋତୁରେ ମିଳୁଥିବା ଫଳ ।କଦଳୀରେ ଭିଟାମିନ ଏ,ବି ,ସି ,ଇ ,ଜିଙ୍କ ,ପୋଟାସିଅମ ଏବଂ ମ୍ୟାଗ୍ନିସିୟମ ଭରପୁର ମାତ୍ରାରେ ରହିଥାଏ ।ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି 6 ମିଳିଥାଏ ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।

3- ସନ୍ତରା : ସନ୍ତରା ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବି ବହୁତ ମାତ୍ରାରେ ମିଳିଥାଏ । ସନ୍ତରାରେ କ୍ୟାଲସିୟମ ସୋର୍ସ ଭଲ ଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ହେଲଦି ରହିଥାଏ ।ଆପଣଙ୍କୁ ଓଜନ କମାଇବା ପାଇଁ ମଧ୍ୟ ସନ୍ତରା ଖାଇବା ଉଚିତ।ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ ସନ୍ତରା ।

4- ଅମୃତଭଣ୍ଡା : ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା ଜରୁର ସାମିଲ କରନ୍ତୁ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ମିଳିଥାଏ ।ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟା ମଜବୁତ ହୋଇଥାଏ । ଫାଇବର ମଧ୍ୟ ମିଳିଥାଏ ଯଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ ।ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ବଢ଼ିଆ ଫଳ ବୋଲି କୁହାଯାଏ ।

Leave A Reply

Your email address will not be published.