ଦମଦାର ବିଜୟ ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ ରୟାଲ
ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ ଏକପାଖିଆ ପ୍ରତିଯୋଗିତାରେ ଚେନ୍ନାଇ ସୁପର କିଙ୍ଗସ୍କୁ ୮ ଉଇକେଟରେ ପରାସ୍ତ କରିଥିଲା। ନୂତନ ଅଧିନାୟକ ରିୟାନ ପରାଗଙ୍କ ନେତୃତ୍ୱରେ ରାଜସ୍ଥାନର ଦ୍ରୁତ ବୋଲରମାନେ ଚେନ୍ନାଇକୁ ମାତ୍ର ୧୨୭ ରନରେ ଅଲଆଉଟ କରିଥିଲେ। ପରବର୍ତ୍ତୀ ସମୟରେ ଯୁବ ଓପନର୍ ବୈଭବ ସୂର୍ଯ୍ୟବଂଶୀଙ୍କ ୧୫ ବଲରେ ଅର୍ଦ୍ଧଶତକ ବଳରେ, ରାଜସ୍ଥାନ ମାତ୍ର ୧୩ ଓଭର ମଧ୍ୟରେ ଲକ୍ଷ୍ୟକୁ ପିଛା କରି ଏକ ବିଶାଳ ବିଜୟ ହାସଲ କରିଥିଲା।