ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

0

ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଗ୍ରହଣ କରିଛନ୍ତି। ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଏହି ଇସ୍ତଫା ପତ୍ରକୁ ଦଳୀୟ ସଭାପତି ଅନୁମୋଦନ କରିଛନ୍ତି।

ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି । ସସ୍ମିତ ଜଣେ ଦକ୍ଷ ଏମ୍‌ପି ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଉଠାଇ ଆସୁଥିଲେ । ତେଣୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

 

 

Leave A Reply

Your email address will not be published.