ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

0

ଦିଲ୍ଲୀ: ଭାରତୀୟ ରାଜନୀତିରେ ଅନେକ ରୋଚକ ଘଟଣାମାନ ଦେଖିବାକୁ ମିଳେ। ରାଜନୀତିରେ ସରକାର ଓ ବିରୋଧୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂସଦ ଭିତରେ ଓ ବାହାରେ ଉଭୟ ଉଭୟଙ୍କ ଉପରେ ଆରୋପ – ପ୍ରତ୍ୟାରୋପ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିନ୍ତୁ ବେଶ୍ ସୁଦୃଢ ଥାଏ। ଆଜି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ୍ ଗାନ୍ଧିଙ୍କ ସହ ସାକ୍ଷାତ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ସହ କଥା ହେବା ପାଇଁ କିଛି ସମୟ ପାଇଁ ଅଟକି ଯାଇଥିଲେ। ପ୍ରାୟ ଦେଢ ମିନିଟ୍ ଧରି ଏହି ବାର୍ତ୍ତାଳାପରେ ରାହୁଲ୍ ବେଶ୍ ସମ୍ଭ୍ରମତାର ସହ କଥାହୋଇଥିଲେ। ବେଳେବେଳେ ଏପରି କିଛି ଚିତ୍ର ଅଥବା ଭିଡ଼ିଓ ଭାରତୀୟ ଗଣତନ୍ତ୍ର ପ୍ରକ୍ରିୟାର ଏକ ସୁନ୍ଦର ଅବସରକୁ ବଖାଣ କରିଥାଏ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ।

Leave A Reply

Your email address will not be published.