ଖାଦ୍ୟରେ ବ୍ୟବହାର ହେବ ନାହିଁ ଅଶ୍ବଗନ୍ଧା ପତ୍ର; କଟକଣା ଜାରି କଲା ଏଫ୍ଏସ୍ଏସ୍ଏଆଇ

0

ଏଣିକି ଖାଦ୍ୟରେ ବ୍ୟବହାର ହୋଇପାରିବ ନାହିଁ ଅଶ୍ୱଗନ୍ଧା । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଶ୍ୱଗନ୍ଧା ଉପରେ ନୂତନ କଟକଣା ଜାରି କରିଛି, ଯାହା ଦ୍ୱାରା ସ୍ୱାସ୍ଥ୍ୟ ପରିପୂରକରେ ଏହାର ପତ୍ର ଏବଂ ପତ୍ର ସାର ବ୍ୟବହାରକୁ ନିଷିଦ୍ଧ କରାଯାଇଛି।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏହାର ସଦ୍ୟତମ ପରାମର୍ଶଦାତାରେ ସ୍ପଷ୍ଟ କରିଛି ଯେ ଅଶ୍ୱଗନ୍ଧାକୁ କେବଳ ଅନୁମୋଦିତ ଫର୍ମରେ ସ୍ୱାସ୍ଥ୍ୟ ପରିପୂରକ ଏବଂ ନ୍ୟୁଟ୍ରାସ୍ୟୁଟିକାଲ୍ ଉତ୍ପାଦରେ ବ୍ୟବହାର କରାଯାଇପାରିବ।ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ନିୟମାବଳୀ ୨୦୧୬ ଅନୁଯାୟୀ ସ୍ୱାସ୍ଥ୍ୟ ପରିପୂରକ, ନ୍ୟୁଟ୍ରାସ୍ୟୁଟିକାଲ୍ସ, ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ, ସ୍ୱତନ୍ତ୍ର ଚିକିତ୍ସା ଏବଂ ଖାଦ୍ୟ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ କରାଯାଇଛି । ଏହି ନିୟମାବଳୀର ଚତୁର୍ଥ ସୂଚୀରେ ଏପରି ଉତ୍ପାଦରେ ବ୍ୟବହାର ସାମଗ୍ରୀ ପାଇଁ ଅନୁପତିପ୍ରାପ୍ତ ବିଭିନ୍ନ ଉଦ୍ଭିଦ କିମ୍ବା ଉଦ୍ଭିଦ ଔଷଧର ତାଲିକା ରହିଛି । ତେଣୁ ଏହି ନିୟମ ଅନୁଯାୟୀ ଅଶ୍ୱଗନ୍ଧାର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । କେବଳ ଅଶ୍ୱଗନ୍ଧା (ୱିଥାନିଆ ସୋମନିଫେରା) ର ଚେର ଏବଂ ଚେରରୁ ବାହାରୁଥିବା ରସ ନିର୍ଦ୍ଧିଷ୍ଟ ବର୍ଗର ଉତ୍ପାଦରେ ବ୍ୟବହାର ପାଇଁ ଅନୁମତି ମିଳିଛି । ତାହା ପୁଣି ଏକ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ।

କିନ୍ତୁ ଏଫ୍ଏସ୍ଏସ୍ଏଆଇ ଏହା ଜାଣିବାକୁ ପାଇଛି ଯେ ଏହି ଉତ୍ପାଦଗୁଡ଼ିକର କିଛି ନିର୍ମାତା ସେମାନଙ୍କ ଉତ୍ପାଦରେ ଅଶ୍ୱଗନ୍ଧା ପତ୍ର ଏବଂ ସେଥିରୁ ବାହାରୁ ଥିବା ରସକୁ ବ୍ୟବହାର କରୁଛନ୍ତି। ତେଣୁ ଏଫ୍ଏସ୍ଏସ୍ଏଆଇ ଏହା ଉପରେ କଟକଣା ଜାରି କରିଛି । ଉକ୍ତ ନିୟମାବଳୀ ଅନୁଯାୟୀ ଅଶ୍ୱଗନ୍ଧା ପତ୍ରର ଅଶୋଧିତ ଅଂଶ କିମ୍ବା ସେଥିରୁ ବାହାରୁଥିବା ରସକୁ ଅନ୍ୟ କୌଣସି ରୂପରେ ବ୍ୟବହାର କରାଯାଇ ପାରିବ ନାହିଁ ।

Leave A Reply

Your email address will not be published.