ଜୀ ସାର୍ଥକରେ ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ’, ଗାଁର ମହକ ସହିତ ଦେଖନ୍ତୁ “ରଜ କୁଇନ୍” ପ୍ରତି ଶନି – ରବି ରାତି ୯:୩୦ ରେ
ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ର ସବୁଠାରୁ ଚର୍ଚ୍ଚିତ ଶୋ’ ‘ରଜ କୁଇନ୍’ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଚଳିତ ବର୍ଷ ଗାଲା ରାଉଣ୍ଡର ଥିମ୍ ରହିଛି ‘ଗାଁରେ ହେବ ଗାଲା ରାଉଣ୍ଡ’। ଏହି ପର୍ଯ୍ୟାୟରେ ପ୍ରତିଯୋଗୀ ଏବଂ ମେଣ୍ଟରମାନେ ସିଧାସଳଖ ଗାଁ ମାଟିରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଦର୍ଶକଙ୍କୁ ଓଡ଼ିଆ ସଂସ୍କୃତି ଓ ସରଳ ଜୀବନଶୈଳୀର ନିକଟତର କରାଇବେ।
ଏହି ସ୍ୱତନ୍ତ୍ର ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ଗ୍ରାମୀଣ ଟାସ୍କ କରିବାକୁ ପଡ଼ିବ; ଯେପରିକି- କ୍ଷେତରୁ ବିଲାତି ବାଇଗଣ ତୋଳିବା, ଗାଁ ଲୋକଙ୍କ ସାହାଯ୍ୟରେ ଦେଶୀ ଚୁଲିରେ ରୋଷେଇ କରିବା ଏବଂ କୂଅରୁ ପାଣି କାଢ଼ିବାଏମିତି ବହୁତ ସାରା ଟାସ୍କ । ଏହିସବୁ କାର୍ଯ୍ୟକ୍ରମ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଓ ଆଡଜଷ୍ଟମେଣ୍ଟ୍ ସ୍କିଲ୍ର ପରୀକ୍ଷା ନେବ। ଶୋ’କୁ ଅଧିକ ମନୋରଞ୍ଜନଧର୍ମୀ କରିବା ପାଇଁ ପପୁଲ୍ ଆନ୍ନା ନିଜର କମେଡିର ତଡ଼କା ଲଗାଇବେ। ସେହିପରି ବିଚାରପତି ଭାବେ ଓଲିଉଡ୍ ତାରକା ଏଲିନା ଏବଂ ପୁପିନ୍ଦରଙ୍କ ସ୍ୱତନ୍ତ୍ର ଏଣ୍ଟ୍ରି ସହିତ ଆଙ୍କର୍ ସୁଜିତ ଆଉ ଚାନ୍ଦିନୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ରୋମାଞ୍ଚକୁ ଦ୍ୱିଗୁଣିତ କରିବ।

ଏହି ସୁନ୍ଦର କନସେପ୍ଟ ଉପରେ ମତ ରଖି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ୍ ରାଓ କହିଛନ୍ତି, “ଜୀ ସାର୍ଥକ ସର୍ବଦା ଓଡ଼ିଶାର କଳା, ପରମ୍ପରା ଏବଂ ଗାଁ ମାଟି ସହ ଅତି ନିବିଡ଼ ଭାବେ ଯୋଡ଼ି ହୋଇରହିଛି। ‘ଗାଁରେ ହେବ ଗାଲା ରାଉଣ୍ଡ’ ଏକ ଶୋ’ ନୁହେଁ, ବରଂ ଆମ ସମୃଦ୍ଧ ଗ୍ରାମୀଣ ଜୀବନଶୈଳୀ ପ୍ରତି ଏକ ସମ୍ମାନ। ପ୍ରତିଯୋଗୀଙ୍କ କଠିନ ପରିଶ୍ରମ, ଗାଁର ସରଳତା ଓ ପାରସ୍ପରିକ ବୁଝାମଣା ନିଶ୍ଚିତ ଭାବେ ଦର୍ଶକଙ୍କ ହୃଦୟ ଜିତିବ।”
ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକର ପ୍ରତିଷ୍ଠିତ ଯୋଡିମାନେ ମେଣ୍ଟର ଭାବେ ଯୋଗ ଦେଉଛନ୍ତି। ସେମାନେ ହେଲେ:‘ତୁ ଖରା ମୁଁ ଛାଇ’ର ଅଭି ଓ ମାନି, ‘ସାଥି ସାତ ଜନ୍ମର’ର ଦେବ୍ ଓ ଅର୍ଚ୍ଚନା, ‘ସୁନା ଝିଅ’ର ସମ୍ଭବ ଓ ବଂଶୁ ଏବଂ ‘ମୁଁ ନୁହେଁ ମୁଁ ତୁମ ବିନା’ର ସାଇ ଓ ଶ୍ରଦ୍ଧା ।
ଏହି ବହୁ ପ୍ରତୀକ୍ଷିତ ଏବଂ ମନୋରଞ୍ଜନ ଭରା ଗାଲା ରାଉଣ୍ଡ ଆସନ୍ତା ୨୫ ଏପ୍ରିଲ, ସନ୍ଧ୍ୟା ୬:୩୦ରେ କେବଳ ଜୀ ସାର୍ଥକ ପରଦାରେ ପ୍ରସାରିତ ହେବ। ଦେଖିବାକୁ ଭୁଲିବେ ନାହିଁ ଆପଣଙ୍କ ପ୍ରିୟ ଶୋ’ ‘ରଜ କୁଇନ୍ ୨୦୨୬’। ଯେଉଁ ଝିଅମାନେ ନିଜର ପ୍ରତିଭା ଓ ପାରଦର୍ଶିତା ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ନିଜର ସ୍ୱପ୍ନ ସାକାର କରିବା ସହ ନିଜ ପିତାମାତାଙ୍କ ସ୍ବପ୍ନ ପୁରଣ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଅତୀତରେ ଏହି ଶୋ’ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଅନେକ ନାମୀଦାମୀ ଅଭିନେତ୍ରୀ ଉପହାର ଦେଇସାରିଛି।