ଭୁବନେଶ୍ବର: ପୁଣି ନୂଆ ୧୦ଟି ରୁଟ୍ରେ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୪ଟି ନୂଆ ରୁଟ୍ ବଛାଯାଇଛି। ତିରୁପତି, ସୁରତ, ଭୋପାଳ ଓ ଶିରିଡ଼ି ଆଦି ସ୍ଥାନକୁ ଉଡାଣ ଭରିବ ବୋଲି ଜଣାପଡିଛି । ଶ୍ରଦ୍ଧାଳୁଙ୍କୁ ଆଖି ଆଗରେ ରଖୀ ଏହି ରୁଟ୍ ରେ ବିମାନ ଚଳାଇବାକୁ ନିଷ୍ପତ୍ତି ହୋଇ ଛି। କେବେ ବିମାନ ଉଡ଼ାଣ ଆରମ୍ଭ ହେବ ସେ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି।
ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଭୁବନେଶ୍ବରରୁ ୧୧ଟି ରୁଟ୍ ର ବିମାନ ଉଡ଼ାଣ ବନ୍ଦ ହୋଇଥିଲା। ରାଜ୍ୟ ସରକାର ବିମାନ କମ୍ପାନିଙ୍କୁ ସବ୍ସିଡି ନଦେବାରୁ ସେମାନେ ଉଡ଼ାଣ ବନ୍ଦ କରିଦେଇଥିଲେ।