ନୀତିଶଙ୍କୁ ଟାର୍ଗେଟ କରି ଏପରି କହିଲେ ଅମିତ ଶାହ?

0

ପାଟନା(ଆମ ଟିଭି): ଆଜି ୨ ଦିନିଆ ବିହାର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଆଜି ଟାର୍ଗେଟ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପିକୁ ପଛପଟୁ ଛୁରା ମାରି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିବା ସେ କହିଛନ୍ତି। ବିହାରର ପୁରନିଆରେ ଆୟୋଜିତ ବିଜେପିର ଗୋଟିଏ ସାଧାରଣ ସଭାରେ ଅମିତ ଶାହ କହିଛନ୍ତି ଯେ ବିହାରରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ ସରକାର ଗଠନ କରିବ। ୨୦୨୪ରେ ପୁଣି ମୋଦି ଆସିବେ। ନୀତୀଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ସବୁ ଖେଳ ଶେଷ ହେବ ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି, “ନୀତୀଶ କୁମାରଙ୍କର କୌଣସି ଆଦର୍ଶ କିମ୍ବା ନୀତି ନାହିଁ। ଜାତିଭିତ୍ତିକ ରାଜନୀତି ପାଇଁ ସେ ସାମାଜିକବୋଧକୁ ଛାଡ଼ି ଦେଇଛନ୍ତି। ନୀତୀଶ କୁମାର ଆପଣ ସମାନ କଥା ୨୦୧୪ରେ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିହାରବାସୀ ତଥାକଥିତ ମହାଗଠନବନ୍ଧନକୁ ମୂଳରୁ ଉପାଡ଼ି ଦେବେ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଏଥିସହ ରାଜ୍ୟରେ ଗୋଟିଏ ଶକ୍ତିଶାଳୀ ସରକାର ଗଠନ ହେବ। ଆମେ ସବୁବେଳେ ସେବା ଓ ବିକାଶର ରାଜନୀତିରେ ବିଶ୍ୱାସ କରୁ। କ୍ଷମତା ଓ ସ୍ୱାର୍ଥ ପରତା ରାଜନୀତି ଆମେ କେବେ ହେଲେ କରିନାହୁଁ। ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ପଛପଟୁ ଛୁରା ମାରିଛନ୍ତି। ଏବେ ସେ ଆରଜେଡି ଓ କଂଗ୍ରେସ କୋଳରେ ବସିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନୀତି-ମୋ ଚେୟାର ସବୁବେଳେ ସୁରକ୍ଷିତ ରହୁ।” ଏଭଳି କିଛି କହି ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave A Reply

Your email address will not be published.