୨୭ରୁ ସମସ୍ତ ସ୍କୁଲ୍ ବନ୍ଦ:ମୁଖ୍ୟମନ୍ତ୍ରୀ

0

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା। ରାଜ୍ୟରେ ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ପଶ୍ଚିମରୁ ଉତ୍ତର, ଉପକୂଳରୁ ଦକ୍ଷିଣ ଓଡ଼ିଶା ସବୁଠି ତାତି ବଢ଼ୁଛି। ଆକାଶରୁ ସତେଯେମିତି ନିଆଁ ଗଳୁଛି। ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପଶ୍ଚିମରେ ଗ୍ରୀଷ୍ମପ୍ରବାହ ସ୍ଥିତି ଅସମ୍ଭାଳ।

Leave A Reply

Your email address will not be published.