ବିଧାୟକ ଏବଂ ମନ୍ତ୍ରୀମାନଙ୍କ କଟିବ ଅଧା ଦରମା, ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି !
ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଅଧା ଦରମା କାଟି ଦିଆଯିବ । ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପେନସନ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲଙ୍ଗାନା କ୍ୟାବିନେଟ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ନେତ୍ତ୍ବରେ ଏହି ନିଷ୍ପତ୍ତି ନେଇଛି । ଏଥିରେ ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ବେତରର ୫୦ % କାଟିଦିଆଯିବ ବୋଲି କୁହାଯାଇଛି । ତେବେ ଏବେ କେବେ ଠାରୁ ଲାଗୁ ହେବ, ତାହା ଜଣାପଡିନାହିଁ । କିନ୍ତୁ ଏହି ନିଷ୍ପତ୍ତି ବିଷୟରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଖବର ମୁତାବକ, ତେଲଙ୍ଗାନାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଗତ ୧୦ ବର୍ଷ ହେବା ବାକି ପଡିଛି । ଯାହାକୁ ନେଇ ଦୀର୍ଘଦିନରୁ ଦାବି ହେଉଛି । ଏବେ ରାଜ୍ୟ ସରକାର ନିଜର ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମାରୁ ଏହାକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରାୟ ୬,୨୦୦ କୋଟି ଟଙ୍କାର ପେନସନ ବାକି ପଡିଛି । ତେଣୁ ଆଗାମୀ ୧୦୦ ଦିନ ଭିତରେ ଏସବୁ ବକେୟାକୁ ଦିଆଯିବ ବୋଲି କୁହାଯାଇଛି । ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ବୟସ୍କ ଏବଂ ସେମାନଙ୍କ ପରିବାରକୁ ଆଶ୍ବସ୍ତି ଦେବ ।
ବକେୟା ପେନସନ ଦେବାକୁ ତେଲଙ୍ଗାନା ସରକାରଙ୍କ ତରଫରୁ ଏକ ସ୍ପେଶାଲ କମିଟି ଗଠନ କରାଯାଇଛି । ଯାହାର ନାମ ରେଭନ୍ୟୁ ରିସୋର୍ସେସ ମୋବିଲାଇଜେସନ କମିଟି ରହିଛି । ଏହି କମିଟିରେ ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ସାମିଲ ରହିଛନ୍ତି ।