ସୁପ୍ରିମକୋର୍ଟ ଗଲା କଂଗ୍ରେସ

0

ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୮ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ମୋଦୀଙ୍କ ଏହି ସମ୍ବୋଧନ ଆଦର୍ଶ ଆଚରଣ ବିଧି (ଏମସିସି) ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ କଂଗ୍ରେସ ନେତା ଟିଏନ୍‌ ପ୍ରଥପନ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ କାଟ୍‌ ଖାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଗୁଡିକୁ ଦାୟୀ କରିଥିଲେ। ରାଷ୍ଟ୍ରାୟତ୍ତ ଟେଲିଭିଜନ ଚାନେଲ ଦୂରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଜନୈତିକ ଭାଷଣ ଦେଇ ନିଜ କ୍ଷମତାର ଦୁରୁପଯୋଗ କରିଥିବା ପ୍ରଥପନ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଦେଇଛନ୍ତି।

Leave A Reply

Your email address will not be published.