ବିବାହ ପରେ ନୂଆ ଅଧ୍ୟାୟ, ମାଆ ହେଲେ ଅଭିନେତ୍ରୀ ଲିପ୍ସା

0

ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ମାଆ ହୋଇଛନ୍ତି। ସ୍ୱାମୀ ଆକାଶ ଆଚାର୍ଯ୍ୟଙ୍କ ଘରକୁ ଆସିଛି କୁନି ଅତିଥି। ବିବାହର ପ୍ରାୟ ୩ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହୋଇଥିବା ଖବର ଆସିବା ପରେ ଫ୍ୟାନ୍ସ ଓ ସେଲିବ୍ରିଟି ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି।ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ଏହି ସୁଖବର ଦମ୍ପତି ମେ ୪ ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ।
ଲିପ୍ସା ଓ ଆକାଶ ଇନଷ୍ଟାଗ୍ରାମରେ ଲେଖିଛନ୍ତି— “ଆମେ ଏକ ଶିଶୁ କନ୍ୟାକୁ ପାଇ ଆଶୀର୍ବାଦ ପାଇଥିବା ଘୋଷଣା କରି ବହୁତ ଖୁସି। ପ୍ରେମ ଓ ଆଶୀର୍ବାଦ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ।”
ପୋଷ୍ଟରେ ଶିଶୁ ଜନ୍ମର ତାରିଖ ମଧ୍ୟ ଉଲ୍ଲେଖ ହୋଇଛି। ଏପ୍ରିଲ ୧୦ରେ ଲିପ୍ସା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ପ୍ରାୟ ୨୫ ଦିନ ପରେ ଏହି ଖବର ସାମ୍ନାକୁ ଆସିଛି। ଲିପ୍ସା ମିଶ୍ର ଓ ଆକାଶ ଆଚାର୍ଯ୍ୟ ୨୦୨୩ ମସିହା ଫେବୃଆରୀ ମାସରେ ବିବାହ ବନ୍ଧନରେ ବାନ୍ଧାଯାଇଥିଲେ। ବିବାହ ପରେ ଏହା ତାଙ୍କ ପ୍ରଥମ ସନ୍ତାନ।

ଲିପ୍ସାଙ୍କ କ୍ୟାରିଅର୍ ଯାତ୍ରାକୁ ଦେଖିଲେ, ସେ “Big Break” ରିଏଲିଟି ଶୋ’ ମାଧ୍ୟମରେ ଆରମ୍ଭ କରିଥିଲେ। ପରେ ତରଙ୍ଗ ଟିଭିର “କିଛି ଲୁହ ପିଇଯାଏ ଓଠ” ଏବଂ ଜି ସାର୍ଥକର ଲୋକପ୍ରିୟ ଧାରାବାହିକ “ତୋ ଅଗଣାର ତୁଳସୀ ମୁଁ”ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକମନରେ ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.