ଥିଏଟରରେ ‘ମନ୍ତ୍ର ମୁଗ୍ଧ’ କ୍ରେଜ, ୫ ଦିନରେ 1 କୋଟି ପାର୍ ..
ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ମୁକ୍ତି ପରେ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ସଂପୂର୍ଣ୍ଣ ନୂଆ ଅଭିନେତା-ଅଭିନେତ୍ରୀଙ୍କ ସହ ତିଆରି ହୋଇଥିବା ଏହି ଫିଲ୍ମ ଆରମ୍ଭରୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଲାଭ କରିଛି, ଯାହା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।ସାରା ଓଡ଼ିଶାରେ ମେ ୧ରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ ‘ମନ୍ତ୍ର ମୁଗ୍ଧ’ । କମେଡି ଓ ହରର ଜୋନର ର ହିଁ ଚଳଚିତ୍ର ହୋଇଥିବା ବେଳେ ଓଡ଼ିଶାର ୫୪ ହଲ୍ ସହ ସାରା ଭାରତର ୮୪ ଟି ହଲରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମ କେବଳ ଭଲ ପ୍ରଦର୍ଶନ କରିନି ବରଂ ଭଲ ରୋଜଗାର ମଧ୍ୟ କରିଛି । ନିର୍ମାତା ଫିଲ୍ମର କଲେକ୍ସନ ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ରିଲିଜର ୫ମ ଦିନରେ ଫିଲ୍ମ କେତେ କଲା କଲେକ୍ସନ ? ଜାଣନ୍ତୁ….
ମନ୍ତ୍ର ମୁଗ୍ଧ’ କଲେକ୍ସନ
ଚଳଚ୍ଚିତ୍ର ପ୍ରଥମ ଦିନ – 21.51 ଲକ୍ଷ ଆୟ କରିଥିବା ବେଳେ
2 ଦିନ– 19.20 ଲକ୍ଷ
3 ଦିନ – 35.46 ଲକ୍ଷ
4 ଦିନ– 14.23 ଲକ୍ଷ
5 ଦିନ – 17.11 ଲକ୍ଷ
ମୋଟ କଲେକ୍ସନ: 1.07 କୋଟି ଟଙ୍କା
ମନ୍ତ୍ର ମୁଗ୍ଧ’ ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । ‘ମନ୍ତ୍ରମୁଗ୍ଧ’ ର ସଙ୍ଗୀତକୁ ସଜେଇଛନ୍ତି 5 ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ । ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।
‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।.ସମୁଦାୟ ୫ଟି ଗୀତକୁ ୫ ଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଛନ୍ତି । ଏଥିସହ ପପୁ ପମ୍ ପମଙ୍କ ଗୀତ ମଧ୍ୟ ଏଥିରେ ରହିଛି । ଯାହା ଦର୍ଶକଙ୍କୁ ବିମୋହିତ କରିଛି ।ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି।