ଯାତ୍ରା ଇଣ୍ଡଷ୍ଟ୍ରିରେ ଚାର ଚାନ୍ଦ ଲଗେଇବ ଅପେରା ସୂର୍ଯ୍ୟବଂଶୀ
ଅପେରା ହାଲ୍ଚାଲ୍, ଚ୍ୟାଲେଞ୍ଜ ଦେବ ସୂର୍ଯ୍ୟବଂଶୀ
ଆସନ୍ତା ଯାତ୍ରା ସିଜନ ପାଇଁ ନବଗଠିତ ଅପେରା ପାର୍ଟିଗୁଡିକ ମଧ୍ୟରେ ରହିଛି ଅପେରା ସୂର୍ଯ୍ୟବଂଶୀ । ଏହାର ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି। ଉକ୍ତ ପାର୍ଟିର ପ୍ରଯୋଜକ ଅଛନ୍ତି ସୁନୀଲ କୁମାର ରାଉତ ଏବଂ ମୁଖ୍ୟ ପରିଚାଳକ ଭାବରେ ଦାୟିତ୍ବ ବହନ କରିଛନ୍ତି ବରିଷ୍ଠ ପରିଚାଳକ ତଥା ନାଟ୍ୟକାର ବଙ୍କିମ ସ୍ଵାଇଁ। ଆସନ୍ତା ସିଜନରେ ଏହି ଷ୍ଟାର ଷ୍ଟଡେଡ ପାର୍ଟିରେ ଅନେକ ନାମୀ କଳାକାରଙ୍କୁ ଦେଖୁବାକୁ ମିଳିବ ।

ଜଲିଉଡ୍ର ଏହାର ଚର୍ଚ୍ଚିତ ଯୋଡି ରତି–ମିଟୁନା କାଷ୍ଟିରେ ଅଛନ୍ତି। ଅନ୍ୟପକ୍ଷରେ ହାପି-ମାମୁନି, ସାରା–ମିଲନ୍, ଡାନି-ଟିକିଲି, ରତି-ପ୍ରମିଳା, ସନ୍ଧ୍ୟା, ହାସ୍ୟାଭିନେତା ମକୁ, କାଲେଣ୍ଡର, ଶ୍ରୀଧର, ଅଜୁ, ଆଦି, ଶୁଭେନ୍ଦୁ ସାଗର, ସୀମା ଏବଂ ବୁଲୁ ମଧ୍ୟ ଏଥିରେ ଅଛନ୍ତି।
ଏହି ନୂଆ ପାର୍ଟିର ପ୍ରସ୍ତୁତିପଥେ ମିଟୁନା—ରତି ନାଟକଗୁଡିକ ରହିଛି – ‘ଭାଉଜ ଭାଇରାଲ’ ( ରଚନା –ନିର୍ଦ୍ଦେଶନା : ହର ବାରିକ), ‘ତୋ ସିନ୍ଦୂରରେ ମୁଁ ସୁନ୍ଦରୀ’ ( ରଚନା –ନିର୍ଦ୍ଦେଶନା : ଇଂ ଆଶୁତୋଷ ମହାପାତ୍ର), ‘ଝିଅଟିର ନା ମନେ ପଡୁନି’ (ରଚନା –ପପୁ ବ୍ରହ୍ମ, ନିର୍ଦ୍ଦେଶନା – ବିନୋଦ ରାଉତ) ଏବଂ ‘ବାଘା’ (ରଚନା –ଦୀପକ ଜେନା, ନିର୍ଦ୍ଦେଶନା – ମହେଶ ହାଜରା)।