ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବର ସଭାପତି

0

ଭୁବନେଶ୍ୱର (ଆମ ଟିଭି): ବାଜି ମାରିଲେ ଅସିତ୍ ତ୍ରିପାଠୀ । ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ତେବେ ଶେଷରେ ବାଜି ମାରିନେଇଛନ୍ତି ଅସିତ ।

ଅସିତ ପୂର୍ବରୁ ଭୁବନେଶ୍ୱର କ୍ଲବର ସଭାପତି ଥିବା ବେଳେ ଏବେ ସେ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ବିଜୟ ଲାଭ କରିଛନ୍ତି । ଦିଲ୍ଲୀପ ରାଉତରାୟ ସମ୍ପାଦକ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ଜିତିଛନ୍ତି । ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର କ୍ଲବରେ ୨୦୧୩ରୁ ୨୦୨୧ ପର୍ୟ୍ୟନ୍ତ ନିର୍ବାଚନ ହୋଇନଥିଲା । ଗତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅସିତ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିବା ପରେ ଅସିତ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ।

Leave A Reply

Your email address will not be published.