ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ*
ଭୁବନେଶ୍ବର ସିଆରପିଏଫ ପଛକ ସ୍ଥିତ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ ଅନୁଷ୍ଠିତ ହେଇଯାଇଛି । ଡିଏମ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିର ପ୍ରଯୋଜକ ହେଉଛନ୍ତି ଦେବାଶିଷ ମହାନ୍ତି |
“ନଅ ବାୟା”ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା । ନାୟକ ଭୂମିକାରେ ଅମନ୍ ଅଭିନୟ କରୁଥିବାବବେଳେ ନାୟିକା ଚରିତ୍ରରେ ମନିଷା ଓ ଦେବସ୍ମିତା ଅଭିନୟ କରୁଛନ୍ତି ।
ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ (ଟିଲୁ ଭାଇ), ଦେବୁ ବ୍ରହ୍ମା, କୁନାଲ, ସୁମନ, ପ୍ରଶାନ୍ତ, ସୋମୁ, ଭକ୍ତି, ଗୋପାଳ, ମିଟୁ, ପ୍ରୀତିରଞ୍ଜନ, ସ୍ମୃତି(ନଟିଆ), ଦେବବ୍ରତ, ଡାଙ୍ଗ, ଲିପ୍ସା, ବିଭୁ, ଶଙ୍କର, ମାଙ୍କେ ଅଭିନୟ କରୁଛନ୍ତି ।
ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ପୂର୍ବ ସିନେମା ଭଳି ଏହା ମୌଳିକ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମରେ କମେଡି, ଡ୍ରାମା, ଇମୋସନ ଭରି ରହିଛି । ଏହି ସିନେମାରେ ସମାଜ ପାଇଁ ଏକ ବାର୍ତ୍ତା ରହିଛି । ଏହି ଚଳଚ୍ଚିତ୍ରର ଟାଇଟଲ୍ ଗୀତକୁ ୯ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି । ସେମାନେ
ହେଲେ ବିଷ୍ଣୁ, ସତ୍ୟଜିତ୍, ତାରିକ୍, ସଂଗ୍ରାମ, ବୈଭବ, ଚିରାଗ, ଏସ୍. ଜିତୁ, ଜେମ୍ସ ଓ ଅନ୍ତରା ଚକ୍ରବର୍ତ୍ତୀ । “ନଅ ବାୟା”କୁ ସଙ୍ଗୀତରେ ସଜେଇଛନ୍ତି ବିଷ୍ଣୁ ମୋହନ କବି । କାହାଣୀ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ୯ ଜଣ ବାୟା ଅଭିନୟ କରୁଛନ୍ତି । ଶିକ୍ଷକ, ନେତା, ଗାୟକ, ପ୍ରେମିକ, ଚୋର, କାଳେସୀ, ଯାତ୍ରା କଳାକାର ଓ ମଦୁଆ | ହେଲେ ୯ ନମ୍ବର ବାୟାଟି କିଏ ତାହା ଏକ
ପ୍ରଶ୍ନବାଚୀ । ଏମାନେ ସବୁ ପରିସ୍ଥିତିରେ ପଡି ପାଗଳ ହେଇଯାଇଛନ୍ତି । ଏହି ୯ ଜଣ ବାୟା ଡକ୍ଟର ଅଭିଲିପ୍ସା ଦାସଙ୍କୁ ଭଲ ପାଉଛନ୍ତି ସତ ହେଲେ ତାଙ୍କୁ ବିବାହ କିଏ କରୁଛନ୍ତି, ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବ “ନଅ ବାୟା”
। ଏହି ଚଳଚ୍ଚିତ୍ରର ଡ୍ରାମା ସିନ୍ ଓଡ଼ିଶା ଭିତରେ ଏବଂ ଗୀତ ବାହାର
ଲୋକେସନ୍ ରେ ସୁଟିଂ ହେବ ବୋଲି ପ୍ରଯୋଜକ ଦେବାଶିଷ ମହାନ୍ତି କହିଛନ୍ତି ।