ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ପାଇଁ ଆସିଲା ନୂଆ ନିୟମ

0

ଭୁବନେଶ୍ୱର (ଆମ ଟିଭି): ସମସ୍ତଙ୍କର ଚିନ୍ତା ବଢାଇଲାଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଦିନ ଯେତିକି ଗଡ଼ୁଛି, ଲୋକଙ୍କର ଟେନସନ ସେତିକି ବଢୁଛି । ଏହାରି ଭିତରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଛି ବଡ଼ ଖବର । ଏଥିପାଇଁ ଆସିଛି ନୂଆ ନିୟମ । ଟାଇମଲାଇନ ଭିତରେ ବୁକିଂ କରିଥିଲେ ମିଳିବ ରିହାତି । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଧାର୍ୟ୍ୟ ତାରିଖ ଭିତରେ ବୁକିଂ କୌଣସି ଫାଇନ୍ ଦେବାକୁ ପଡିବନି । ଗାଡ଼ି ନମ୍ବର ୧,୨ରେ ଶେଷ ହେଉଥିଲେ ୩୦ ସେପ୍ଟେମ୍ବର ହେଉଛି ଡେଡଲାଇନ୍ । ସେହିପରି ୩ ଓ ୪ରେ ଶେଷ ହେଉଥିବା ନମ୍ବର ପାଇଁ ମଧ୍ୟ ୩୦ ସେପ୍ଟେମ୍ବର ଡେଡଲାଇନ୍ ରହିଛି । ବୁକିଂ କରିଥିଲେ ଓ ସ୍ଲିପ୍ ଥିଲେ ଫାଇନ୍ ଦେବାକୁ ପଡିବନି । ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷା ପାଇପାରିବେ ।

ତେବେ ରାଜ୍ୟରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ୨୦୧୯ ମସିହା ଠାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍ ବ୍ୟବହୃତ ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜିକୃତ ଗାଡି ଗୁଡିକରେ ଏବେବି ପୁରୁଣା ନମ୍ବର ପ୍ଲେଟ୍ ରହିଛି । କିନ୍ତୁ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଡ଼ିରେ ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.