ନିଜର ନୂଆ ଦଳ ନାଁ ଘୋଷଣା କଲେ ଗୁଲାମନବୀ ଆଜାଦ୍

0

ଶ୍ରୀନଗର (ଆମ ଟିଭି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ନିଜର ନୂଆ ଦଳ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ସୋମବାର ଜମ୍ମୁରେ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କ ନୂଆ ରାଜନୈତିକ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’ ବୋଲି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ଗୁଲାମନବୀ କଂଗ୍ରେସ ସହିତ ଦୀର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଦଳରୁ ଇସ୍ତଫା ଦେଇଥିଲେ। ସେ ତିନି ଦିନିଆ ଗସ୍ତରେ ରବିବାର ଜମ୍ମୁ ଆସିଛନ୍ତି। ଗୁଲାମ ନବୀ ତାଙ୍କ ନୂଆ ଦଳ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। ପତାକାରେ ତିନୋଟି ରଙ୍ଗ ନୀଳ, ଧଳା ଓ ହଳଦିଆ ରହିଛି।

ଦଳ ବିଷୟରେ ସେ କହିଛନ୍ତି ଯେ, ଦଳର ଆଦର୍ଶ ତାଙ୍କ ନାମ ପରି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ। ସେ ଦଳର କାର୍ୟ୍ୟସୂଚୀ ମଧ୍ୟ ଆଗରୁ ସ୍ପଷ୍ଟ କରିସାରିଛନ୍ତି। ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା, ଜମି ତଥା ଚାକିରି ଅଧିକାର ସ୍ଥାନୀୟ ଲୋକଙ୍କ ପାଇଁ ସୁରକ୍ଷିତ କରିବାକୁ ସଂଗ୍ରାମ ଜାରି ରଖିବା ଆଦି ଏଥିରେ ଅନ୍ତର୍ଭୁକ୍ତ। ଏହାପରେ ଦେଖାଯାଉ ଆଜାଦଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହୁଛି ।

Leave A Reply

Your email address will not be published.