‘ମନ୍ତ୍ରମୁଗ୍ଧ’ ସିନେମା ଦେଖିଲେ ‘ଆମେ କେନ୍ଦୁଝରିଆ’ ସଂଗଠନର ସଦସ୍ୟ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ବର, ୧୯/୫ : ରାଜଧାନୀ ଭୁବନେଶ୍ୱରଠାରେ ‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନର ସଦସ୍ୟମାନେ ଏକାଠି ହୋଇ ସ୍ଥାନୀୟ ମହାରାଜା ହଲ୍‌ରେ ସଫଳ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ଉପଭୋଗ କରିଛନ୍ତି । କେନ୍ଦୁଝର ମାଟିର ପୁଅ ତଥା ଏହି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଏହି ଅନନ୍ୟ କୃତିକୁ ଦେଖି ସଂଗଠନର ସଦସ୍ୟମାନେ ବେଶ୍ ବିଭୋର ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅବସରରେ ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଶୁଭେଚ୍ଛା ଜଣାଯାଇଥିଲା। ଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କ ସିନେମା ଟିମ୍ ସହିତ ଉପସ୍ଥିତ ରହି ‘ଆମେ କେନ୍ଦୁଝରିଆ’ର ସଦସ୍ୟମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଥିଲେ।

ଗତ ମେ ୧ ତାରିଖରେ ମୁକ୍ତିଲାଭ କରିଥିବା ‘ମନ୍ତ୍ରମୁଗ୍ଧ’ ସିନେମାଟି ସାରା ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ଦର୍ଶକଙ୍କ ପ୍ରଭୂତ ଭଲପାଇବା ସାଉଁଟିବାରେ ସଫଳ ହୋଇଛି । ମାତ୍ର ୧୫ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ୩ କୋଟିରୁ ଅଧିକ ଟଙ୍କା ଆୟ କରି ଓଡ଼ିଆ ସିନେମା ଜଗତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଯାହା ସମଗ୍ର କେନ୍ଦୁଝର ମାଟି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ‘ଆମେ କେନ୍ଦୁଝରିଆ’ ସଂଗଠନର ସଦସ୍ୟ ଡେଜି ଶତପଥୀ, ମନୋଜ ନାଥ, ଅର୍ପଣ ମିଶ୍ର, ଦେବୀ ପ୍ରସାଦ ଜେନା, ଆଲୋକ ରଞ୍ଜନ ବେହେରା, ଅରୁଣ ନାୟକ, ସରୋଜ ବେହେରା, ଗୁରୁପଦ ନାଥ, ପ୍ରିୟଙ୍କା ମହାକୁଡ଼, ପ୍ରଣତି ରାଉତରାୟ, ଅଜୟ ନାଥ, ଆଶିଷ ନାଥ ପ୍ରମୁଖଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଆଗାମୀ ଦିନରେ ସିନେମାଟି ଆହୁରି ଅଧିକ ସଫଳତା ହାସଲ କରୁ ବୋଲି କାମନା କରିଛନ୍ତି ।

Leave A Reply

Your email address will not be published.