ଭାରତ ପୁଷ୍ପରାଗ ପାଇଲେ ୨୦୨୬ ର ଶ୍ରେଷ୍ଠ ନବାଗତ ନାୟକ ସମ୍ମାନ

0

ଭୁବନେଶ୍ଵର,୧୯/୫: ମାସିକ ପତ୍ରିକା ‘ବାଣୀଚିତ୍ର’ ର ୫୮ତମ ପୂର୍ତ୍ତି ଅବସରରେ ‘ବାଣୀଚିତ୍ର ସମ୍ମାନ ଉତ୍ସବ’ ଗତ କାଲି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଉଦଘାଟନ କରିଥିଲେ । ଏହି ଅବସରରେ ୨୦୨୫ ନଭେମ୍ବର ୨୧ ରେ ବଡ଼ ପରଦାରେ ରିଲିଜ୍ ହୋଇଥିବା ସିନେମା ‘ଦର୍ପଣ’ ପାଇଁ ଶ୍ରେଷ୍ଠ ନବାଗତ ମୁଖ୍ୟ ନାୟକ ଭାବେ ସମ୍ମାନ ପାଇ ପୁରସ୍କୃତ ହୋଇଛନ୍ତି ଦର୍ପଣ ସିନେମା ର ମୁଖ୍ୟ ନାୟକ ଭାରତ ପୁଷ୍ପରାଗ । ଭାରତ ପୁଷ୍ପ ରାଗ ସିନେମା ଜଗତ ସହ ବହୁ ବର୍ଷରୁ ଜଡ଼ିତ ଥିବା ବେଳେ ସିଏ ୨୦୧୫ ରୁ ସିନେମା ଜଗତରେ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ବହୁତ୍ ପରିଶ୍ରମ କରୁଥିଲେ ଓ ପିଲା ବେଳୁ ସ୍କୁଲ୍ ରେ ପଢୁଥିବା ବେଳେ ତାଙ୍କର ସିନେମା ଜଗତ କୁ ଆସିବା ପାଇଁ ବହୁ ସ୍ୱପ୍ନ ଓ ଇଚ୍ଛା ଥିଲା ଓ ଛୋଟ ବେଳୁ ତାଙ୍କର ଦୁର୍ବଳତା ଥିଲା ସିନେମା କୁ ନେଇକି।

ସିଏ ମଧ୍ୟମ ଶ୍ରେଣୀ ପରିବାର ର ହୋଇଥିବା ବେଳେ ସେ ଜୀବନରେ ବହୁ ସଂଘର୍ଷ କରିକି ଓ ପରିଶ୍ରମ କରିକି ତାଙ୍କ ଇଚ୍ଛା ଓ ସ୍ୱପ୍ନ କୁ ଆଜି ଦିନରେ ସାକାର କରିଛନ୍ତି ଓଡ଼ିଆ ସିନେମା ଜଗତରେ। ଭାରତ ଆଗୁରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ବହୁ ମ୍ୟୁସିକ୍ ଭିଡିଓ ଓ ଆଲବମ୍ ରେ ନିର୍ଦ୍ଦେଶନା ଓ ନାୟକ ଭାବେ କାମ କରିଥିବା ବେଳେ ଗତ ବର୍ଷ ତାଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ସିନେମା ‘ଦର୍ପଣ’ ବଡ଼ ପରଦାରେ ରିଲିଜ୍ ହୋଇଥିବା ବେଳେ ସିଏ ଏହି ବର୍ଷ ବାଣୀଚିତ୍ର ସମ୍ମାନ ଉତ୍ସବରେ ଶ୍ରେଷ୍ଠ ନବାଗତ ନାୟକ ଭାବେ ପୁରଷ୍କୃତ ହୋଇଛନ୍ତି ଓ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ସିଏ ଆଶା ରଖିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆହୁରି ଭଲ ଭଲ ସିନେମା ଅଭିନୟ ସହ ନିର୍ଦ୍ଦେଶକ ଭାବେ ଆଗୁକୁ ଆହୁରି ଭଲ ସିନେମା ଦର୍ଶକଙ୍କୁ ଭେଟୀଦେବେ ଓ ଆହୁରି ଭଲ ପାଇବା ଓ ଅଶ୍ରୀବାଦ ପାଇବେ । ଆଶା କରୁଛୁ ସିଏ ସିନେମା ଜଗତ ରେ ଆହୁରି ସଫଳତା ଲାଭ କରନ୍ତୁ ଓ ଆଗକୁ ବଢନ୍ତୁ।

Leave A Reply

Your email address will not be published.