ମୁମ୍ୱାଇରୁ ବିଦା ହେବେ ହାର୍ଦ୍ଦିକ! ଏହି ଖେଳାଳି ହୋଇପାରନ୍ତି କ୍ୟାପଟେନ୍

0

ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୨୬ ସିଜନ୍ ଏକ କଳା ଅଧ୍ୟାୟ ବା ଦୁଃସ୍ୱପ୍ନ ସଦୃଶ ପ୍ରମାଣିତ ହୋଇଛି । ଯେଉଁ ଦଳ ପାଞ୍ଚ ପାଞ୍ଚଥର ଟ୍ରଫି ନିଜ ନାମରେ କରିଥିଲା, ସେହି ଦଳ ୧୪ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ତେବେ ପଡ଼ିଆ ଭିତରର ପରାଜୟ ଅପେକ୍ଷା ପଡ଼ିଆ ବାହାରର ଡ୍ରାମା ଏବେ ଚର୍ଚ୍ଚାରେ ରହିଛି । ସବୁଠାରୁ ବଡ଼ ଖବର ହେଉଛି, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୁମ୍ବାଇ ମ୍ୟାନେଜମେଣ୍ଟ ମଧ୍ୟରେ ଫାଟ ଏବେ ଏକ ବଡ଼ ସଙ୍କଟର ରୂପ ନେଇଛି।

ସୂତ୍ର ଅନୁସାରେ, ୩୨ ବର୍ଷୀୟ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଫ୍ରାଞ୍ଚାଇଜ୍ ମାଲିକଙ୍କ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ, ତାହା ସୁଧୁରିବା ଅସମ୍ଭବ ମନେହେଉଛି । ଖରାପ ଫର୍ମ ଏବଂ ଦଳ ଭିତରେ ଥିବା ଅନ୍ତରୀଣ ମତଭେଦ କାରଣରୁ ହାର୍ଦ୍ଦିକ ଏବେ ମୁମ୍ବାଇ ଛାଡ଼ିବାକୁ ମନବଳାଇ ସାରିଛନ୍ତି। ଜଣେ ବରିଷ୍ଠ କୋଚ୍‌ଙ୍କ ମତରେ, “ଯେତେବେଳେ ଜଣେ ଖେଳାଳି ମ୍ୟାନେଜମେଣ୍ଟ ସହ ମାନସିକ ସ୍ତରରେ ଯୋଡ଼ି ହୋଇ ରହିନଥାଏ, ସେତେବେଳେ ଶ୍ରେଷ୍ଠ ପ୍ରଦର୍ଶନ ଦେବା କଷ୍ଟକର।” ଖୁବଶୀଘ୍ର ହାର୍ଦ୍ଦିକ ନିଜେ ଟ୍ରାନ୍ସଫର ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.