ପରଲୋକରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ

0

ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ରାଜନୀତିରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି। ଆଉ ନାହାନ୍ତି ଜୟନ୍ତୀ ପଟ୍ଟନାୟକ। ଆଜି ସଂଧ୍ୟାରେ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା।

ଓଡ଼ିଶା ରାଜନୀତିରେ ଜଣେ ତାଙ୍କ ବେଶ୍ ଦବଦବା ଥିଲା। ରାଜନୀତିରେ ଜଣେ ପ୍ରତିଷ୍ଠିତ ନେତ୍ରୀ ଥିଲେ ଜୟନ୍ତୀ ପଟ୍ଟନାୟକ। ସେ କଟକ ଏବଂ ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଜାତୀୟ ମହିଳା କମିଶନରର ପ୍ରଥମ ଅଧ୍ୟକ୍ଷା ହୋଇପାରିଥିଲେ। ୧୯୫୩ ମସିହାର ସେ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଯଦି ନଜର ପକେଇବା ତେବେ, ସେ  ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ – ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ। ଆଜି ତାଙ୍କର ପରଲୋକ ଘଟିଛି।

Leave A Reply

Your email address will not be published.