ମଣିପୁରରେ ସାନି ହିଂସା; ୩ ମୃତ

0

ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ସକାଳ ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଦୁର୍ବୃତ୍ତମାନେ ଗ୍ରାମକୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଥିଲେ, ଯାହାଫଳରେ ଶୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ କରିବା ସହିତ ଆକ୍ରମଣକାରୀମାନେ ଗ୍ରାମର ଅନେକ ଘରକୁ ପୋଡ଼ି ଦେଇଥିଲେ। ବ୍ୟାପକ ସମ୍ପତ୍ତି ନଷ୍ଟ କରିଛନ୍ତି। ପ୍ରାଣ ହରାଇଥିବା ୩ ଜଣ ଲେଟଖୋଙ୍ଗାମ ହାଓକିପ୍, ଟିନମାରୀ ହାଓକିପ୍ ଏବଂ ଜାଙ୍ଗମିନଲାଲ୍ ହାଓକିପ୍ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.