୩ ବର୍ଷ ପାଇଁ ଜେଲ୍ ଯିବେ ମହମ୍ମଦ ମୋକିମ: କାହିଁକି ଜାଣନ୍ତୁ?

0

ଭୁବନେଶ୍ୱର (ଆମ ଟିଭି): ପୁଣି ବିବାଦରେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଏଥର ସିଧା ଜେଲ୍ । କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ORHDC ଦୁର୍ନୀତି ମାମଲାରେ ଏପରି ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ। ମୋକିମ୍ଙ୍କ ସହିତ ପୂର୍ବତନ ପ୍ରଶାସନିକ ଅଧିକାରୀ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ରେ ରହିବେ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ଏହି ମାମଲାରେ ଦୀର୍ଘଦିନ ଧରି ଶୁଣାଣି ହେଉଥିଲା । ଆଜି କୋର୍ଟ ଏପରି ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.