“ଆମେ ଯୁଦ୍ଧ ଚାହୁଁନା ଶାନ୍ତି ଚାହୁଁ” ଏହି ବାର୍ତ୍ତାର ପ୍ରଚାର ପାଇଁ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଧଉଳି ପାହାଡ଼ ପାଦ ଦେଶର ଦୟା ନଦୀଠାରେ ୧୪୦ ଫୁଟ ଲମ୍ବ, ୫୦ ଫୁଟ ଚଉଡା ଏବଂ ୩୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସ୍ଲୀପିଂ ବୁଦ୍ଧ ତିଆରି କରାଯାଇଥିଲା l ଯାହାକୁ ଓଡିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ରୋଟାରୀଆନ ସୁରେଶ ପୂଜାରୀ ଓ ଏକାମ୍ର ବିଧାୟକ ବାବୁ ସିଂ ଉଦଘାଟନ କରିଥିଲେ l ଏହି ସ୍ଲୀପିଂ ବୁଦ୍ଧ ବିଶ୍ୱ ରେକର୍ଡ, ଏସିଆ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ କରିଛି l ଅଶୋକ ଏକଦା କଳିଙ୍ଗ ବୀର ମାନଙ୍କ ସହିତ ଯୁଦ୍ଧ ଲଢ଼ି ଲକ୍ଷେ ଲୋକଙ୍କୁ ନିହତ, ଲକ୍ଷେ ଲୋକଙ୍କୁ ବନ୍ଦୀ ଏବଂ ଲକ୍ଷେ ଲୋକ ଲହୁଲୁହାଣ କରି ରୋଗରେ ପୀଡିତ କରିଥିଲେ l ଅଶୋକଙ୍କ ବିଜୟ ପରେ ତାଙ୍କ ମନକୁ ଏହି ଘଟଣା ଆନ୍ଦୋଳିତ କରିଥିଲା l ଏ ବିଜୟ ମୋର ବିଜୟ ନୁହେଁ ବରଂ ପରାଜୟ ବୋଲି ସ୍ୱୀକାର କରି ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିଲେ ଏବଂ ଧର୍ମଂ ସରଣଂ ଗଛାମୀ ର ପ୍ରଚାର ଆରମ୍ଭ କରିଥିଲେ l
ସେହି ଐତିହାସିକ ସ୍ମୃତିକୁ ମନେ ପକାଇ ସେହି ରକ୍ତନଦୀ ଦୟା ଠାରେ ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ଶାନ୍ତିର ବାର୍ତ୍ତା ଦେବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଯାହାକୁ ଏକ ଲକ୍ଷରୁ ଅଧିକ ଦର୍ଶକ ଦେଖି ସେହି ଐତିହାସିକ ସ୍ମୃତିକୁ ମନେ ପକାଇଥିଲେ l ରୋଟାରୀ ଜିଲ୍ଲା ୩୨୬୨ର ଏହି ଅଭିନଵ ପରିକଳ୍ପନାକୁ ସାକାର କରିବା ପାଇଁ ଗୁରୁ ସୁବଳ ମହାରଣା ଏହି ସ୍ଲୀପିଂ ବୁଦ୍ଧ ତିଆରି କରିଥିଲେ l ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୩୨୬୨ ରୋଟାରୀଆନ ମନୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ରୋଟାରୀ ଶାନ୍ତି କମିଟି ଦ୍ୱାରା ବିଶ୍ୱରେ ଏ ଶାନ୍ତି ବଜାୟ ରଖିବା ପାଇଁ ରୋଟାରୀଆନ ମନୋଜ କୁମାର ତ୍ରିପାଠୀଙ୍କ ସମେତ ପ୍ରଥମ ମହିଳା ମଧୁସ୍ମିତା ତ୍ରିପାଠୀ, ରୋଟାରୀଆନ ରାକେଶ ମିଶ୍ର (ସଭାପତି, ରୋଟାରୀ କ୍ଲବ ରାଜଧାନୀ) ଏବଂ ଜିଲ୍ଲା ୩୨୬୨ ର ସମସ୍ତ ସଭ୍ୟ ଯେଉଁମାନେ ଏହି ଶାନ୍ତିର ବାର୍ତ୍ତାବହ ସାଜିଥିଲେ ସମସ୍ତଙ୍କୁ ଉପସ୍ଥିତ ଦର୍ଶକ ତଥା ବହୁ ବିଜ୍ଞ ଐତିହାସିକ ଗବେଷକ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l ପୂର୍ବତନ କୁଳପତି ପିଡିଜି ନରେନ୍ଦ୍ର ମିଶ୍ର ଆଇଏଏସ୍ (ଅବସରପ୍ରାପ୍ତ) ବୁଦ୍ଧଙ୍କ ଉପରେ ସବିଶେଷ ବକ୍ତବ୍ୟ ଦେଇଥିଲେ l