ରିଲିଜ୍ ହେଲା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ “ଛକି ଶୂନ

0

ଭୁବନେଶ୍ବର (ଆମ ଟିଭି): ରଜ ଆସିଲେ ସପରିବାର ଓଡ଼ିଆ ଫିଲ୍ମ ଦେଖିବାକୁ ସୁଯୋଗ ମିଳେ l ତେବେ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରଜ ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଛକି ଶୂନ’ ଓଡ଼ିଆ ଦର୍ଶକଙ୍କୁ ରଜ ଭେଟି ଦେଇଛି l କଟକ ସ୍ଥିତ ବୃନ୍ଦାବନ ସିନେମା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଛି l ଅନୁଭବଙ୍କୁ ଦେଖିବା ପାଇଁ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଠିକ ସେହିପରି ଫିଲ୍ମକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।

ଆମର ଷ୍ଟୁଡିଓ ଓ ଏସଏମ୍ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ 29 ଟୁ ନାଇନ୍ ଫିଲ୍ମସ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିହାରୀ । ସେ ହିଁ ଏହାର କାହାଣୀ ଲେଖିଥିବା ବେଳେ ଜାଗୃତି, ଅନୁଭବ ମହାନ୍ତି, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

ଫିଲ୍ମର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.