ଏସୀୟ କ୍ରୀଡ଼ାରେ ଖେଳିବେ ନୀରଜ

0

ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ ଫିଙ୍ଗାଳି ତଥା ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଜାପାନରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା-୨୦୨୬ରେ ଅଂଶଗ୍ରହଣ କରିବେ। ଏ ନେଇ ଶନିବାର ଭାରତୀୟ ଦୌଡ଼କୁଦ ସଂଘ ସଭାପତି ଆଦିଲ ସୁମାରିୱାଲ ସ୍ପଷ୍ଟ କରିଛନ୍ତି। ନୀରଜ ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ବୋଲି ସୁମାରୱାଲ ସ୍ପଷ୍ଟ କରିଛନ୍ତି। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ଶନିବାର ଘୋଷିତ ଦଳରେ ନୀରଜଙ୍କୁ ସ୍ଥାନ ମିଳିଛି।

ପିଠି ଯନ୍ତ୍ରଣାରୁ ସୁସ୍ଥ ହେବା ପରେ ନୀରଜ ଗତ ସପ୍ତାହରେ ଦୋହା ଡାଏମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ଏଥିରେ ନୀରଜ ୮୫.୬୯ ମିଟର ଦୂରତ୍ବକୁ ଥ୍ରୋ କରି ଚତୁର୍ଥ ସ୍ଥାନ ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଥିଲେ। ନୀରଜ ୨୦୨୫ ସେପ୍ଟେମ୍ବରରେ ଟୋକିଓ ବିଶ୍ବ ଚମ୍ପିଆନସିପରେ ଅଂଶଗ୍ରହଣ କରିଥିଲେ। ଏହା ପରେ ପିଠି ଯନ୍ତ୍ରଣା ପାଇଁ ଖେଳଠାରୁ ଦୂରରେ ରହିଥିଲେ। ନୀରଜ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ରେ ୮୮ ମିଟର ଦୂରତ୍ବକୁ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।

Leave A Reply

Your email address will not be published.