ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ଏହାର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଅଛି। ସ୍ଥାନୀୟ ପ୍ରାଚୀ ହୋଟେଲ ରେ ଅନୁଷ୍ଠିତ ଏକ ଚିତାକର୍ଷକ ଉତ୍ସବରେ କ୍ଲବର ନୂତନ ସଭାପତି ଓ ସମ୍ପାଦକ ରୂପେ ରୋଟାରିଆନ ବିକାଶ ଗରାବଡୁ ଓ ଦୀପକ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆଗାମୀ ବର୍ଷ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ସହିତ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା।
ରୋଟାରୀ ଜିଲ୍ଲା 3262 ପ୍ରାନ୍ତଃପାଳ ରୋଟାରିଆନ ଅନିଲ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆସିଷ୍ଟାଣ୍ଟ ଗଭର୍ନର ରୋଟାରିଆନ ଶିବାନାରାୟଣ ମହାପାତ୍ର ଓ କ୍ଲବ ପରାମର୍ଶଦାତା ତଥା ପୂର୍ବତନ ରୋଟାରୀ ପ୍ରାନ୍ତଃପାଳ ରୋଟାରିଆନ ଅଶ୍ୱିନୀ କର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ ଇଶା ମିଶ୍ର ପରିଚାଳନା କରିଥିଲେ।