ନୂଆ ଭୋଟରଙ୍କ ପାଇଁ ବଡ଼ ନିର୍ଦ୍ଦେଶ, ଏହି ତଥ୍ୟ ନଦେଲେ ମିଳିବନି ଭୋଟର ID

0

ନୂଆଦିଲ୍ଳୀ: ନୂଆ ଭୋଟରଙ୍କ ପାଇଁ ଜାରି ହେଲା ନୂଆ ନିୟମ । ଫର୍ମ-୬ ଆବେଦନ ସହ ପିତାମାତାଙ୍କ SIR ବିବରଣୀ ବାଧ୍ୟତାମୂଳକ। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସହଜ କରିବାକୁ ପଦକ୍ଷେପ । ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ECI । ବର୍ତ୍ତମାନ ଚାଲୁ ରହିଥିବା SIR ବା ବିଶେଷ ସଂଶୋଧନ ପ୍ରକ୍ରିୟା ଅଧୀନରେ, ନୂତନ ଭୋଟରମାନେ ଫର୍ମ -୬ଆବେଦନ କରିବା ସମୟରେ ସେମାନଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମା’ଙ୍କ ପୂର୍ବ SIR ତାଲିକାରେ ଥିବା ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୂଳ ଫର୍ମ -୬ରେ କୌଣସି ଆଇନଗତ ସଂଶୋଧନ କରାଯାଇ ନାହିଁ। ବରଂ ପ୍ରଶାସନିକ ନିର୍ଦ୍ଦେଶାବଳୀ ମାଧ୍ୟମରେ ଏହି ନୂଆ ନିୟମ ଲାଗୁ ହୋଇଛି।

ଗତବର୍ଷ ବିହାରର SIR ସମୟରେ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ଏହାଦ୍ୱାରା ନୂଆ ଭୋଟରଙ୍କୁ ସେମାନଙ୍କ ପରିବାରର ପୁରୁଣା ଓ ଯାଞ୍ଚ ହୋଇଥିବା ରେକର୍ଡ ସହ ସହଜରେ ଯୋଡ଼ାଯାଇପାରିବ । ଯାହାଫଳରେ ବୟସ ଓ ବାସସ୍ଥାନ ପ୍ରମାଣ ପାଇଁ ଅଧିକ ଦସ୍ତାବିଜ୍ ଦେବାର ଆବଶ୍ୟକତା କମିଯିବ। ନିର୍ବାଚନ କମିଶନଙ୍କ ECINET ପୋର୍ଟାଲରେ ଫର୍ମ -୬ପୂରଣ କଲାବେଳେ ଏହି ବିଭାଗକୁ ପୂରଣ କରିବା ଜରୁରି। ନଚେତ ଆବେଦନ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ। ଆବେଦନକାରୀଙ୍କୁ ତାଙ୍କ ପିତା, ମାତା, ଜେଜେବାପା କିମ୍ବା ଜେଜେମା’ଙ୍କର ପୂର୍ବ SIR ଭୋଟର ତାଲିକାରେ ଥିବା ନିର୍ବାଚନ ମଣ୍ଡଳୀ, ପାର୍ଟ ନମ୍ବର, ପୋଲିଂ ବୁଥ୍ ଏବଂ ସିରିଏଲ ନମ୍ବର ଦେବାକୁ ପଡ଼ିବ। ଯଦି ପରିବାରର କାହାର ପୂର୍ବ ତଥ୍ୟ ନଥାଏ, ତେବେ ସ୍କ୍ରୁଟିନ୍ କିମ୍ବା ଯାଞ୍ଚ ସମୟରେ ଆବେଦନକାରୀଙ୍କୁ ଅନ୍ୟ ବିକଳ୍ପ ଦସ୍ତାବିଜ୍ ଦେବାକୁ ପଡ଼ିପାରେ। ଘରକୁ ଘର ବୁଲୁଥିବା ବୁଥ୍ ସ୍ତରୀୟ ଅଧିକାରୀ ମାନେ ଆବେଦନକାରୀଙ୍କୁ ଫର୍ମ ପୂରଣ ଓ ସଠିକ୍ ମାର୍ଗଦର୍ଶନ ପାଇଁ ସହଯୋଗ କରିବେ।

Leave A Reply

Your email address will not be published.