“ନୀଳାଦ୍ରି ମହୋଦୟ” ଭକ୍ତି ସଙ୍ଗୀତର ଅଡିଓ ମୁକ୍ତିଲାଭ

0

ଭୁବନେଶ୍ବର: ଦୂରଦର୍ଶିନୀ ଡିଜିଟାଲ ଦ୍ୱାରା ପ୍ରସ୍ତୁତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ “ନୀଳାଦ୍ରି ମହୋଦୟ” ର ଅଡିଓ ମୁକ୍ତିଲାଭ ଉତ୍ସବ କିସ୍ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l

 

ଏହି ଭକ୍ତି ସଙ୍ଗୀତର ଅଡିଓ ମୁକ୍ତିଲାଭ ଉତ୍ସବରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଗୀତିକାର ଡଃ ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ, ବରିଷ୍ଠ ସିନେମା ନିର୍ଦ୍ଦେଶକ ଅଶୋକ ପତି, ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶକ ଟୁନା ଯୋଗଦେଇଥିଲେ l

ନୀଳାଦ୍ରି ମହୋଦୟ ଭକ୍ତି ସଙ୍ଗୀତକୁ ପ୍ରଜ୍ଞା ଦୂରଦର୍ଶିନୀ ନାୟକ ପ୍ରଯୋଜନା କରିଥିବା ବେଳେ ବହୁ ଅଭିଜ୍ଞ ଗୀତିକାର ଡଃ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଏବଂ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବହୁ ଅଭିଜ୍ଞ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରଚ୍ଛଦପଟ ଗାୟକ ସତ୍ୟଜିତ୍ ପ୍ରଧାନ କଣ୍ଠଦାନ କରିଛନ୍ତି l

ଏହି ଭକ୍ତି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଟୁନା ଚନ୍ଦନ l ଅଭିନେତା ପୁପିନ୍ଦର ସିଂ ଏବଂ ଶ୍ରୀତମ ଦାସ ଏହି ଗୀତରେ ଅଭିନୟ କରିଛନ୍ତି l ଗୀତଟି ଏବେ ଦୂରଦର୍ଶନୀ ଡିଜିଟାଲରେ ଉପଲବ୍ଧ ଅଛି। ସମସ୍ତ ଭକ୍ତଙ୍କୁ ଅନୁରୋଧ ଗୀତଟିକୁ ଶୁଣିବେ ଏବଂ ବହୁଳ ମାତ୍ରାରେ ସେୟାର କରିବେ l

Leave A Reply

Your email address will not be published.