ଆମେରିକା ସରକାରଙ୍କ ବଡ ନିଷ୍ପତ୍ତି ଜାଣନ୍ତୁ କଣ

0

ୱାଶିଂଟନ୍‌: ୟୁକ୍ରେନ୍‌ର ୪ଟି ବଡ ଅଞ୍ଚଳକୁ ନିଜ ଦେଶରେ ମିଶାଇ ଦେଇଥିବା ନେଇ ରୁଷ ଘୋଷଣା କରିଛି। ତେବେ ଏହାକୁ କିନ୍ତୁ ଅସ୍ୱୀକାର କରିଛି ଆମେରିକା।  ଏଥିସହ ରୁଷ ଉପରେ ବିଭିନ୍ନ ଅଙ୍କୁଶ ଲଗାଇଛି। ରୁଷର ୧୦୦୦ରୁ ଅଧିକ ଲୋକ ଏବଂ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଦସ୍ୟଙ୍କ ପରିବାର ସାମିଲ ରହିଛି।

ଆମେରିକାର ବାଣିଜ୍ୟ ବିଭାଗ ନିଜର ସୂଚୀରେ ୫୭ କମ୍ପାନିଙ୍କୁ ସାମିଲ କରିଛି। ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ୯୦୦ ଲୋକଙ୍କ ଭିସା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ଅର୍ଥମନ୍ତ୍ରୀ ଜେନେଟ ୟେଲେନ କହିଛନ୍ତି, ‘ଆମ ପୁଟିନଙ୍କ ସହ ଠିଆ ହେବୁ ନାହିଁ କାରଣ ସେ ଛଳ କରି ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିବାକୁ ପ୍ରସାୟ କରୁଛନ୍ତି’।

Leave A Reply

Your email address will not be published.