ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର

0

ଦିଲ୍ଲୀରେ ଜନ୍ତରମନ୍ତରରେ ଚାଲିଥିବା CJP ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ସରକାର ଆମ ଦାବି ମାନିଛନ୍ତି, ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରିଯାଆନ୍ତୁ । ଆମର ତିନୋଟି ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ପୂରଣ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ । ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହେବା ପରେ ସହମତି ମିଳିଛି ।

ସୌରଭ ଦାସ କହିଛନ୍ତି ଯେ, ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ଏବଂ ଏଫଆଇଆରର କପି ବାଣ୍ଟି ଦିଆଯିବ । ସରକାର ଆମର ଦ୍ୱିତୀୟ ଦାବି ମଧ୍ୟ ଗ୍ରହଣ କରିଛନ୍ତି । ଆମେ ମାମଲା ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ପାଇଛୁ । ଆନ୍ଦୋଳନକାରୀ ଛାତ୍ରମାନଙ୍କ ବିରୁଦ୍ଧରେ ଭବିଷ୍ୟତରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

CJP ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଘୋଷଣାକୁ ସ୍ବାଗତ କରାଯାଇଛି । ସୋନମ ୱାଙ୍ଗଚୁକ ଏହା ଲୋକତନ୍ତ୍ରରର ବିଜୟ ବୋଲି କହିଛନ୍ତି । ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ । ସେ ଆନ୍ଦୋଳନରେ ସାମିଲ ହୋଇଥିବା CJP ଏବଂ ଦେଶର ଜେନ୍ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଆରମ୍ଭ ।

ଜେପି ନଡ୍ଡା କହିଛନ୍ତି ଯେ, ସିଜେପିଙ୍କ ଦ୍ୱାରା ଦିଆଯାଇଥିବା ପାଞ୍ଚଟି ପରାମର୍ଶକୁ ସରକାର ବିଚାର କରିବେ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ CJP କହିଛି ଯେ, ସେମାନଙ୍କର ପ୍ରତିବାଦ ତୁରନ୍ତ ପ୍ରଭାବରୁ ଶେଷ ହୋଇଛି । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ନିଜ ଘରକୁ ଫେରିବା ଉଚିତ ।

Leave A Reply

Your email address will not be published.