ଗୁଜରାଟରେ ଆପ ସରକାର ଆସିବ ବୋଲି ଗୁଇନ୍ଦା ରିପୋର୍ଟ କହୁଛି: କେଜ୍ରିୱାଲ

0

ଅହମ୍ମଦାବାଦ (ଆମ ଟିଭି): ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି । କ୍ଷମତା ଅକ୍ତିଆର ଲାଗି ବିଭିନ୍ନ ଦଳର ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର କସରତ। ସେପଟେ ଦିଲ୍ଲୀ ପରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଥିବା ଆମ ଆଦମୀ ପାର୍ଟିର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନ ଘନ ଗୁଜରାଟ ଗସ୍ତରେ ଯାଇ ମାହୋଲ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି ଅବସରରେ ସେ ଆଜି ଗୁଜରାଟ ଗସ୍ତରେ ଆସିଥିବା ବେଳେ ରୋଚକ ବୟାନ ଦେଇଛନ୍ତି। ଗୋଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏଥର ଗୁଜରାଟରେ ଆପ ସରକାର ଗଠନ କରିବ ବୋଲି କେଜ୍ରିୱାଲ କହିଛନ୍ତି ।

ବହୁ ଅଳ୍ପ ବ୍ୟବଧାନରେ ତାଙ୍କ ଦଳ ବିଜୟ ଲାଭ କରିବା ନେଇ ଗୋଇନ୍ଦା ରିପୋର୍ଟରୁ ସେ ସୂଚନା ପାଇଥିବା କହିଛନ୍ତି। ସେ କହିଛନ୍ତି ଯେ, ଏଠାରେ ବିଜେପି ଓ କଂଗ୍ରେସ ଆପ ଭୋଟ୍କୁ କାଟିବା ପାଇଁ ଚେଷ୍ଟର କରିବେ। ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଯଦି ଆଜି ଗୁଜରାଟରେ ନିର୍ବାଚନ ହୁଏ ତେବେ ଏଠାରେ ଆପର ବିଜୟ ହାସଲ ହେବ ବୋଲି ସେ କହିଛନ୍ତି । କିନ୍ତୁ ରିପୋର୍ଟରେ ଲେଖା ଅଛି ଯେ, ଅତି ଅଳ୍ପ ମାର୍ଜିନରେ ଦଳ ବିଜୟ ଲାଭ କରିବ।

ଗୁଜରାଟ ଲୋକଙ୍କୁ ଆଉଟିକେ ଧକ୍କା ଲଗାଇବାକୁ ପଡ଼ିବ। ଯେଉଁଥି ପାଇଁ ଆପ ଏକ ଭଲ ବହୁମତ ପାଇବାରେ ସକ୍ଷମ ହେବ। କିନ୍ତୁ ଯେବେଠାରୁ ଏହି ରିପୋର୍ଟ ଆସିଲାଣି ସେବେଠାରୁ ବିଜେପି ଓ କଂଗ୍ରେସ ଏକାଠି ହୋଇସାରିଛନ୍ତି। ଏମାନଙ୍କର ଅତି ଗୋପନରେ ସଭା ଚାଲିଛି। ସିକ୍ରେଟ ମିଟିଂ ହେଉଛି। ବିଷେଶ କରି ବିଜେପି ଅଧିକ ବିଚଳିତ ହୋଇପଡ଼ିଛି। ଗତ କିଛି ଦିନ ହେବ ଉଭୟ ଦଳ ସିକ୍ରେଟ ମିଟିଂ କରି ଏକା ଭାଷାରେ ମୋତେ ଗାଳି ଦେଉଛନ୍ତି। ବିଜେପି କଂଗ୍ରେସକୁ ଗାଳି ଦେଉନି। କଂଗ୍ରେସ ବି ବିଜେପିକୁ ଗାଳି ଦେଉନି। ବରଂ ଉଭୟ ଦଳ ମୋତେ ଗାଳି ଦେଉଛନ୍ତି। କଂଗ୍ରେସକୁ ମଜଭୁତ ପାଇଁ ବିଜେପି ପୂରା ପ୍ରସାୟ କରୁଛି।

Leave A Reply

Your email address will not be published.