ଭାରତୀୟ ବାୟୁସେନାରେ ଯୋଡି ହେବ ଲଢୁଆ ହେଲିକପ୍ଟର

0

ନୂଆଦିଲ୍ଲୀ (ଆମ ଟିଭି): ଆହୁରି ଶକ୍ତିଶାଳୀ ହେବ ବାୟୁସେନା । ଆଜି ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ଆଉ ଏକ ନୂଆ ଇତିହାସ । ଭାରତୀୟ ବାୟୁସେନାରେ(ଆଇଏଏଫ) ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)ରେ ସାମିଲ ହେବ । ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ। ଏହି ସ୍ଥାନରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାକୁ ମୁହଁତୋଡ ଜବାବ ଦେଇଥିଲା । ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛି। ପାହାଡ଼ିଆ ଅଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଆଜି ଯୋଧପୁର ଠାରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସଲ ଭି.ଆର.ଚୌଧୁରୀଙ୍କ ଉପସ୍ଥିତିରେ ଏଲସିଏଚ୍ ବାୟୁସେନା ସ୍କ୍ୱାଡ୍ରନରେ ସାମିଲ ହେବ। ୫.୮ ଟନ୍ ଓଜନ ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷା ସଫଳ ହୋଇସାରିଛି। ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ସ୍ୱଦେଶୀ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ(ଏଲଏସପି) ଏଲସିଏଚ୍ ବିକାଶ ପ୍ରକ୍ରିୟାକୁ ମଞ୍ଜୁର କରିଥିଲେ।

Leave A Reply

Your email address will not be published.