କାହା ହାତରେ କଂଗ୍ରେସ ଅଧ୍ୟକ୍ଷ ପଦ ରହିଲେ ଦଳର ହେବ ପରିବର୍ତ୍ତନ

0

ନୂଆଦିଲ୍ଲୀ: କାହା ହାତରେ ରହିବ ସଭାପତି ପଦ୍ ।ଏନେଇ ଅନେକ କଳ୍ପନା ଚାଲିଛି କିନ୍ତୁ ଏହା ଭିତରେ ଅନେକ ନେତା ମନ୍ତ୍ରୀଙ୍କ ମତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗାନ୍ଧି ପରିବାର ଓହରି ଯିବା ପରେ ବୋଧ ହୁଏ ବହୁ ଦିନପରେ କଡ଼ା ଟକ୍କାର ହେଉଛି। ମୈଦାନରେ ୨ ଷ୍ଟଲୱାଟ ତଥା ମଳ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେଉଛି। ଏହିପରିପ୍ରେକ୍ଷୀରେ ଶଶି ଥରୁର କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖାଡ଼ଗେଙ୍ଗ ଭଳି ନେତା ଦଳରେ ପରିବର୍ତ୍ତନ ଆଣିପାରିବେ ନାହିଁ। ଦଳରେ ପୁରୁଣା ବ୍ୟବସ୍ଥା ଜାରି ରହିବ। ଯଦି ସେ (ଥରୁର) ନିର୍ବାଚିତ ହୁଅନ୍ତି ତେବେ ଦଳୀୟ କର୍ମୀଙ୍କ ଆଶା ଅନୁଯାୟୀ ପରିବର୍ତ୍ତନ ହେବ ବୋଲି କହିଛନ୍ତି। ଥରୁର କହିଛନ୍ତି ଯେ, ଆମେ ପରସ୍ପର ଶତ୍ରୁ ନୁହଁନ୍ତି। ଏହା ମଧ୍ୟ ଯୁଦ୍ଧ ନୁହଁ। ଏହା ହେଉଛି ଆମ ଦଳର ଭବିଷ୍ୟତ ପାଇଁ ନିର୍ବାଚନ। କଂଗ୍ରେସର ତିନି ବରିଷ୍ଠ ନେତାଙ୍କ ତାଲିକାରେ ଖାଡ଼ଗେ ଆସୁଛନ୍ତି। ହେଲେ ତାଙ୍କ ଭଳି ନେତା ଦଳରେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ। ଦଳରେ ସେହି ପରୁଣା ବ୍ୟବସ୍ଥା ଜାରି ରହିବ।

ପୂର୍ବରୁ ଖାଡ଼ଗେ କହିଥିଲେ ଯେ କହାକୁ ବିରୋଧ କରିବା ପାଇଁ ସେ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନାହାନ୍ତି। ବରଂ ଦଳକୁ ସଶକ୍ତ କରିବା ପାଇଁ ଛିଡ଼ା ହୋଇଛନ୍ତି। ସେ ଏହି ଧାରଣାକୁ ମଧ୍ୟ ଖାରଜ କରିଛନ୍ତି ଯେ, ତାଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିଛି। କଂଗ୍ରେସର ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ କହିବାନୁସାରେ ହିଁ ମଇଦାନକୁ ଓହ୍ଲାଇଛି। ଥରୁର ରବିବାର କହିଛନ୍ତି ଯେ, ସାର୍ବଜନୀନ ମଞ୍ଚରେ ସେ ଖାଡଗେଙ୍କ ସହିତ ବିତର୍କ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ଶଶି ଥରୁର ଆହୁରି କହିଛନ୍ତି, କଂଗ୍ରେସ ପାର୍ଟିର ସଦସ୍ୟଙ୍କ ହୃଦୟରେ ନେହରୁ-ଗାନ୍ଧି ପରିବାରଙ୍କ ପ୍ରତି ସର୍ବଦା ସ୍ଵତନ୍ତ୍ର ସ୍ଥାନ ରହିଛି।

Leave A Reply

Your email address will not be published.