ଉତ୍ତର ଓଡ଼ିଶାରେ ବନ୍ୟା ସମ୍ଭାବନା, ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ରାଜ୍ୟରେ ବର୍ଷା ସ୍ଥିତି ଓ ଉତ୍ତର ଓଡ଼ିଶାରେ ବନ୍ୟା ସମ୍ଭାବନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ଗତ ବନ୍ୟାରେ ପାଣି ସଂପୂର୍ଣ୍ଣ ନିଷ୍କାସନ ହୋଇନଥିଲା । ତେଣୁ ଏବେ ପୁଣି ବର୍ଷା ଫଳରେ ସମସ୍ୟା ହୋଇଛି ।
ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତ ଠାରୁ ତଳେ ରହିଛି । କେବଳ ଜଳକା, ଋଷିକୂଲ୍ୟା ଓ ବଂଶଧାରାରେ ଜଳପତ୍ତନ ବଢିଛି । ଓଡ୍ରାଫ, NDRF, ଅଗ୍ନିଶମ ବାହିନୀ ସମସ୍ତେ ପ୍ରସ୍ତୁତ ଅଛନ୍ତି । ଗ୍ରାଉଣ୍ଡରେ ରାଜସ୍ବ ବିଭାଗର କର୍ମଚାରୀ ମାନେ କ୍ଷତିପୂରଣ ବଣ୍ଟନ କାମରେ ନିୟୋଜିତ ଅଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।