ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

0

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଜଣକିଆ ଖଣ୍ଡପୀଠ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି। ଏଥିସହ ସରପଞ୍ଚ ଚାମେଲିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଚାଲୁ ରଖିବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।

ଆସନ୍ତା ୧୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ। ମାତ୍ର ହାଇକୋର୍ଟଙ୍କ ଅନୁମତି ବିନା ଅନାସ୍ଥା ପ୍ରସ୍ତାବର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ଚାମେଲି ଓଝାଙ୍କ ଓକିଲ ସୁକାନ୍ତ ଦଳାଇ ଅଦାଲତ ରାଜ୍ୟ ସରକାରଙ୍କ ସମେତ ଉଭୟ ପକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବ ପାରିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।

ସୂଚନାନୁସାରେ, ତିଖିରୀ ପଞ୍ଚାୟତର ୨୨ଜଣ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ଜଣ ଓ୍ବାର୍ଡ ସଭ୍ୟ ସରପଞ୍ଚ ଚାମେଲି ଓଝାଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଆସନ୍ତା ୧୩ ତାରିଖରେ ଅନାସ୍ଥା ପ୍ରସ୍ତାବ ପାରିତ ହେବାକୁ ଥିବା ବେଳେ ଏହାକୁ ବିରୋଧ କରି ଚାମେଲି ଓଝା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.