ଡିଜିପି ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୧୮ ପର୍ଯ୍ୟନ୍ତ ସ୍ଥଗିତ ଚୟନ ପ୍ରକ୍ରିୟା
କାଠଗଡ଼ାରେ ଫସିଗଲା ଡିଜିପି ନିଯୁକ୍ତି ପ୍ରସଙ୍ଗ। ପରବର୍ତ୍ତୀ ଡିଜିପି ଚୟନ ପୂର୍ବରୁ ଆଜି ସୁପ୍ରିମକୋର୍ଟ ଏହି ପ୍ରିକ୍ରିୟାକୁ ୧୮ ତାରଖ ପର୍ୟ୍ୟନ୍ତ ଟାଳି ଦେଇଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କୁ ଧକା ଲାଗିଛି । ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟପକ୍ଷରେ କିଏ ହେବ ପରବର୍ତ୍ତୀ ଡିଜି ସେ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଡିଜିପି ଚୟନକୁ ନେଇ ଲାଗି ରହିଛି ବିବାଦ। ଏହାରି ଭିତରେ ପ୍ରଥମ ଥର ପାଇଁ ଓଡ଼ିଶା ଡିଜିପି ନିଯୁକ୍ତି ଚୟନ କୋର୍ଟରେ ଫସିଛି। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲଂଘନ କରି ଡିଜିପି ଚୟନ ପାଇଁ ଓଡ଼ିଶା ସରକାର ଯୋଜନା କରିଥିବା ଅଭିଯୋଗ ଆଣି ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ ମୁହାଁମୁହିଁ ହୋଇଛନ୍ତି ଆମିକସ କ୍ୟୁରୀ ଓ ଓଡ଼ିଶା ଆଡଭୋକେଟ୍ ଜେନେରାଲ। ଏଜି ଅଭିଯୋଗକୁ ଖଣ୍ଡନ କରିଥିଲେ ବି ଆମିକସ୍ କ୍ୟୁରୀଙ୍କ ମତକୁ ଆଧାର କରି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଆସନ୍ତା ଅଗଷ୍ଟ ୧୮ତାରିଖ ପର୍ୟ୍ୟନ୍ତ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ୟୁପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। କୋଟ କହିଛନ୍ତି ୧୮ରେ ହେବ ପରବର୍ତ୍ତୀ ଶୁଣାଣି ।