ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

0

ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଗ୍ରାହକଙ୍କ ପାଇଁ ନୂଆ ଡିଜିଟାଲ ପଦକ୍ଷେପ ଓ ସ୍ୱତନ୍ତ୍ର ଅଫର୍ ଘୋଷଣା କରିଛି। ‘୧ ଟଙ୍କା ଫ୍ରିଡମ୍ ଅଫର୍’ରେ ନୂଆ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା, ୧୦୦ଟି SMS ଓ ଅସୀମିତ ଭଏସ୍ କଲ୍ ସୁବିଧା ମିଳିବ। ଏହି ଅଫର୍ ୧୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଉପଲବ୍ଧ ରହିବ।

ଓଡ଼ିଶାରେ ଡିବିଏନ୍ ଅନୁଦାନପ୍ରାପ୍ତ ପ୍ରକଳ୍ପ ଅଧୀନରେ ୧,୭୪୧ଟି ନୂଆ ୪ଜି ଟାୱାର ସ୍ଥାପନ କରାଯାଇ ୨,୪୮୭ଟି ଦୁର୍ଗମ ଗାଁକୁ ମୋବାଇଲ୍ ସେବା ଯୋଗାଇ ଦିଆଯାଇଛି। ଭାରତନେଟ୍ ମାଧ୍ୟମରେ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ବିସ୍ତାର କରାଯାଉଛି। ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ FTTH ସେବା ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.