ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲ ପାଇବା’ର ପୋଷ୍ଟର ଲୋକାର୍ପଣ ସହିତ ଅଡିଓ, ଟିଜର ଏବଂ ଟ୍ରେଲର ମୁକ୍ତିଲାଭ*
ସ୍କଲ ମିଡିଆ ଏଣ୍ଟରଟେନ୍ମେଣ୍ଟ
ବ୍ୟାନରରେ ନିର୍ମିତ ଏଇ ବୋଧେ ଭଲ ପାଇବା ଚଳଚ୍ଚିତ୍ରର ପୋଷ୍ଟର ଲୋକାର୍ପଣ ସହିତ ଏକସାଙ୍ଗରେ ଅଡିଓ, ଟିଜର ଏବଂ ଟ୍ରେଲର ମୁକ୍ତିଲାଭ କରିଛି l
ସେହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ଆଲେକଜାଣ୍ଡାର ଦାସ, ସିଦ୍ଧାର୍ଥ ପାତ୍ର, ନିର୍ଦ୍ଦେଶକ ସୁଧାକର ବସନ୍ତ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ,
ନାୟକ ଦୀପକ, ଅଭିଜିତ, ନାୟିକା ଅନୁଭା, କବି,ଲେଖକ ତଥା କାହାଣୀକାର ରଞ୍ଜନ କୁମାର ଦାସ (ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ), କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଜାଗୃତି ମିଶ୍ର, ଅମ୍ରିତା ନାୟକ, ତିଲକ ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର, କୁମାର ଦିଲ୍ଲୀପଙ୍କ ସମେତ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ l
ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଟିମ୍ ମେମ୍ବର ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ l
କିଛି ବର୍ଷର ବ୍ୟବଧାନ ପରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳି ଫେରିଛନ୍ତି ସମସ୍ତ ଦର୍ଶକଙ୍କର ପ୍ରିୟ ଡ୍ୟାନ୍ସ ମାଷ୍ଟର ସୁଧାକର ବସନ୍ତ l ପ୍ରେମ ଓ ଅନୁଭବକୁ ନେଇ ଏକ ସୁନ୍ଦର କାହାଣୀର ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ ନିର୍ଦ୍ଦେଶନା ମାଧ୍ୟମରେ ଫେରିଛନ୍ତି l ଯାହା ଏହି ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ଘୋଷଣା ହୋଇଛି l
ମୁଖ୍ୟ ନାୟକ-ନାୟିକା ଭୂମିକାରେ ଦୀପକ-ଅନୁଭା
ଅଭିନୟ କରିଥିବା ବେଳେ ଅଭିଜିତ ମଧ୍ୟ ଏକ ଦମଦାର ଚରିତ୍ରରେ ନଜର ଆସିବେ । ନୃତ୍ୟ ସଂଯୋଜନା, ଚିତ୍ରନାଟ୍ୟ ଓ
ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ମାଷ୍ଟର ସୁଧାକର
ବସନ୍ତ। କାହାଣୀ ଲେଖିଛନ୍ତି ରଞ୍ଜନ କୁମାର ଦାସ ଏବଂ ସଂଳାପ ଡଃ ରଜନୀ ରଞ୍ଜନ l
ସଙ୍ଗୀତ ଦେଇଛନ୍ତି ସ୍ବର୍ଗତ ଅଭିଜିତ୍ ମଜୁମଦାର୍ । ଗୀତ
ଲେଖିଛନ୍ତି ଡଃ ନିର୍ମଳ ନାୟକ ଓ ରଞ୍ଜନ କୁମାର ଦାସ ।
ଡିଓପିରେ ଅଜିତ୍ ଓ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଅଛନ୍ତି l ପ୍ରଯୋଜନା କରିଛନ୍ତି
ଆଲେକଜାଣ୍ଡାର ଦାସ ଓ ସିଦ୍ଧାର୍ଥ
ପାତ୍ର । ସ୍କଲ ମିଡିଆ ଏଣ୍ଟରଟେନ୍ମେଣ୍ଟ
ବ୍ୟାନରରେ ନିର୍ମିତ ଏଇ ବୋଧେ ଭଲ ପାଇବା ଚଳଚ୍ଚିତ୍ର ଚଳିତ ସେପ୍ଟେମ୍ବର ମାସରେ ମୁକ୍ତିଲାଭ
କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳୁଛି। ତେବେ
ବହୁତ ଦିନ ପରେ ଦୀପକ
ଓ ଅନୁଭାଙ୍କୁ ବଡ଼ ପରଦା
ଦର୍ଶକ ଦେଖିବାକୁ
ପାଇବେ। ଚରିତ୍ର
ଅନୁଯାୟୀ ଅଭିନୟରେ
ଶ୍ରେଷ୍ଠତା ପ୍ରତିପାଦନ
କରିଥିବା ଦୀପକ ଓ ଅନୁଭା
ସିନେମାକୁ ନେଇ ବହୁତ
ଆଶାବାଦୀ ଅଛନ୍ତି।