ନନ୍ଦନକାନନରେ ନୂଆ ଅତିଥି ! ୨ ଶାବକଙ୍କୁ ଜନ୍ମ ଦେଲା ସିଂହୀ ମାୟା

0

ବାରଙ୍ଗ : ନନ୍ଦନକାନନରେ ନୂଆ ଅତିଥି । ମାଆ ହେଲା ସିଂହୀ ମାୟା । ପ୍ରଥମ ଶାବକ ରାତି ପ୍ରାୟ ୨ଟା ୪୧ରେ ଜନ୍ମ ହୋଇଥିଲା । ଦ୍ଵିତୀୟ ଶାବକଟି ଭୋର୍ ୫ଟା ୪୯ ସମୟରେ ଜନ୍ମ ହୋଇଥିଲା । ପ୍ରଥମ ଶାବକ ମୃତ ଜନ୍ମ ହୋଇଥିବା ବେଳେ ଅନ୍ୟଟି ସୁସ୍ଥ ରହିଛି । ଉଭୟ ମା ଓ ଶାବକକୁ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇ ଛି। ତେବେ ସିଂହୀ ଛୁଆରୁ ଗ୍ରହଣ କରିନାହିଁ ।

ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶାବକଟିକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି । ସେଠାରେ ଶାବକକୁ କ୍ଷୀର ଦିଆଯାଇ ତାପମାତ୍ରା ନିୟନ୍ତ୍ରଣ କୋଠରୀ ମଧ୍ୟରେ ରଖାଯାଇଛି । ଏଥିସହ ଉଭୟ ମାଆ ଓ ଶାବକକୁ ସିସିଟିଭି ମାଧ୍ୟମରେ ତାର ସମସ୍ତ ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି। ସିଂହୀ ମାୟା ସୁସ୍ଥ ଥିବା ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଉଛନ୍ତି। ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.